ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ, ୩୭ ରନରେ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Published By : Prameya-News7 Bureau | October 10, 2020 IST

ଦୁବାଇ,୧୦|୧୦: ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ଖେଳାଯାଇଥିବା ମହା ମୁକାବିଲାରେ ବାଙ୍ଗାଲୋର ୩୭ ରନରେ ବିଜୟ ଲାଭ କରିଛି । ବାଙ୍ଗାଲୋର ପକ୍ଷରୁ ଧାର୍ଯ୍ୟ ୧୭୦ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନାଇ ନିର୍ଧାରିତ ୨୦ ଓଭରରେ ୧୩୨ ରନରେ ଅଟକି ଯାଇଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସକୁ ମାତ୍ର ୧୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଆରୋନ ଫିଞ୍ଚ ୨ ରନ କରି ଦୀପକ ଚହରଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଏହା ପରେ ଦେବଦତ୍ତ ପାଡିକଲ ଓ ଅଧିନାୟକ ବିରାଟ କୋହଲି ଦ୍ଵିତୀୟ ଓ୍ଵିକେଟ୍ରେ ୫୩ ରନ ଅର୍ଦ୍ଧଶତକୀୟ ଭାଗିଦାରୀ ଯୋଡିଥିଲେ। ୬୬ ରନ ସ୍କୋରରେ ପାଡିକଲ ଆଉଟ୍ ହୋଇଥିଲେ। ସେ ୩୪ ବଲରୁ ୨ ଚୌକା ଓ ୧ ଛକା ସହ ୩୩ ରନ କରିଥିଲେ। ଏବି ଡିଭିଲିୟର୍ସ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ୬୭ ରନ ସ୍କୋରରେ ତୃତୀୟ ଓ୍ଵିକେଟ୍ ହରାଇବା ପରେ ବେଙ୍ଗାଲୁରୁ ୯୩ ରନ ସ୍କୋରରେ ଓ୍ଵାଶିଂଟନ ସୁନ୍ଦରଙ୍କ ରୂପେ ଚତୁର୍ଥ ଓ୍ଵିକେଟ୍ ହରାଇଥିଲା।

ଅନ୍ୟପଟେ ଅଧିନାୟକତ୍ଵ ଇନିଂସ ଖେଳିଥିବା କୋହଲି ଆଇପିଏଲରେ ୩୮ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଶିବମ ଦୁବେଙ୍କୁ ସାଥୀ କରି ଦଳର ରନଗତିକୁ ବଢାଇ ଥିଲେ। ବିରାଟ କୋହଲି ୫୨ଟି ବଲରୁ ୪ ଚୌକା ଓ ୪ ଛକା ସହ ୯୦ ରନର ଅପରାଜିତ ଇନିଂସ ଖେଳିଥିଲେ। ଶେଷରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୬୯ ରନ କରିଛି। ଶିବମ ଦୁବେ ୨୨ ରନରେ ଅପରାଜିତ ଥିଲେ। କୋହଲି ଓ ଦୁବେ ଅବିଭାଜିତ ପଞ୍ଚମ ଓ୍ଵିକେଟ୍ରେ ୭୬ ରନ ଯୋଡିଥିଲେ।ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଦୀପକ ଚହର ଓ ସାମ କରନ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

{"id":342105,"sizeSlug":"large"}

ତେବେ ୧୭୦ ରନର ବିଜୟ ଲକ୍ଷ୍ୟକ ପିଛା କରୁଥିବା ଚେନ୍ନାଇ ଧିମା ବ୍ୟାଟିଂ କରିଥିଲା । ଓପନର ସେନ୍ ଓ୍ୱାଟସନ୍ ଓ ଫାପ୍ ଡୁପ୍ଲେସିସ୍ ମଧ୍ୟ ସଅଳ ଆଉଟ ହୋଇଥିଲେ । ଓ୍ୱାଟସନ୍ ୧୪ ଓ ଡୁପ୍ଲେସିସ୍ ୮ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ତେବେ ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ରନ୍ ଗତିକୁ ବୃଦ୍ଧି କରିପାରି ନଥିଲେ । କେବଳ ପରାଜୟର ବ୍ୟବଧାନ ହ୍ରାସ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମ୍ବତି ରାୟଡୁ ୪୨, ନାରାୟଣ ଜଗଦିଶାନ ୩୩ ରନ୍ କରିଥିଲେ । ମହେନ୍ଦ୍ର ସିଂ ଧୋନୀ ୧୦ ରନ୍ କରିଥିଲେ ।
ବାଙ୍ଗାଲୋର ପକ୍ଷରୁ କ୍ରିସ ମୋରିସ୍ ୩ଟି, ଓ୍ୱାଶିଂଟନ ସୁନ୍ଦର ଦୁଇଟି ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.