ବାଙ୍ଗାଲୋରର ବିଶାଳ ବିଜୟ, ୮୨ ରନରେ ହାରିଲା କୋଲକାତା ନାଇଟ ରାଇଡର୍ସ

Published By : Prameya-News7 Bureau | October 12, 2020 IST

ଶାରଜାହ,୧୨|୧୦:    ସୋମବାର କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ବାଙ୍ଗାଲୋର ୮୨ ରନରେ ବିଜୟୀ ହୋଇଛି । ବାଙ୍ଗାଲୋର ତରଫରୁ ଧାର୍ଯ୍ୟ ୧୯୫ ରନର ଟାର୍ଗେଟକୁ ପିଛା କରି କୋଲକାତା ୧୧୨ ରନରେ ଅଟକି ଯାଇଥିଲା  । ଏହା ହେଉଛି ବାଙ୍ଗାଲୋରର କ୍ରମାଗତ ଦ୍ୱିତୀୟ ବିଜୟ । ଏହି ପରାଜୟ ପରେ କୋଲକାତାର ବିଜୟରେ ବ୍ରେକ୍ ଲାଗିଛି ।

{"id":343363,"sizeSlug":"large"}

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଦୁଇ ଓପନର ଆରୋନ ଫିଞ୍ଚ ଓ ଦେବଦୁତ୍ତ ପାଡିକଲ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍‌ରେ ୭.୪ ଓଭରରେ ୬୭ ରନ ଯୋଡିଥିଲେ। ପାଡିକଲ ୨୩ ବଲରୁ ୪ ଚୌକା ଓ ୧ ଛକା ସହ ୩୨ ରନ କରି ଆନ୍ଦ୍ରେ ରସେଲଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଆରୋନ ଫିଞ୍ଚ ଭଲ ବ୍ୟାଟିଂ କରି ୩୭ ବଲରୁ ୪ ଚୌକା ଓ ୧ ଛକା ସହ ୪୭ ରନର ଉପଯୋଗୀ ଇନିଂସେ ଖେଳି ପାଭିଲିୟନ ଫେରିଥିଲେ।

ଏହା ପରେ ଅଧିନାୟକ ବିରାଟ କୋହଲି ଓ ଏବି ଡିଭିଲିୟର୍ସ ଦଳର ଇନିଂସ ସମ୍ଭାଳିଥିଲେ। ଡିଭିଲିୟର୍ସ କ୍ରିଜକୁ ଆସିବା ମାତ୍ରେ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ମାତ୍ର ୨୩ ବଲରୁ ଆଇପିଏଲରେ ୩୬ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ରୁତ ଗତିରେ ରନ ସଂଗ୍ରହ କରି ଅବିଭାଜିତ ତୃତୀୟ ଓ୍ଵିକେଟ୍‌ରେ ୧୦୦ ରନ  ଯୋଡିଥିଲେ। ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୧୯୪ ରନର ସ୍କୋର ଛିଡା କରିଛି। ଡିଭିଲିୟର୍ସ ୩୩ ବଲରୁ ୫ ଚୌକା ଓ ୬ ଛକା ସହ ୭୩ ରନ ଏବଂ ବିରାଟ କୋହଲି ୩୩ ରନ କରି ଅପରାଜିତ ଥିଲେ।କୋଲକାତା ନାଇଟ୍ ରାଇଡର୍ସ ତରଫରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

{"id":343364,"sizeSlug":"large"}

ତେବେ ୧୯୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା କୋଲକାତା ସଅଳ ଓ୍ୱିକେଟ୍ ହରାଇଥିଲା । ଦଳର ଓପନିଂ ଯୋଡି ଓ ପରେ ମଧ୍ୟକ୍ରମ ମଧ୍ୟ ବିଫଳ ହୋଇଥିଲା । କୌଣସି ବ୍ୟାଟସମ୍ୟାନ୍ କ୍ରିଜରେ ତିଷ୍ଠି ରହି ସ୍କୋର କରିନଥିଲେ । ଶୁଭମନ ଗିଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ଭଲ ଖେଳିନଥିଲେ । ଶୁଭମନ ୩୪ ରନ୍ କିର ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟର ଆଣ୍ଡ୍ର୍ୟୁ ରସେଲ ୧୬ ରନ୍ କରିଥିଲେ । ଫଳରେ ଦଳ ୧୧୨ ରନରେ ଅଟକି ଯାଇଥିଲା ।

ବାଙ୍ଗାଲୋର ପକ୍ଷରୁ ଓ୍ୱାଶିଂଟନ ସୁନ୍ଦର, କ୍ରିସ୍ ମୋରିସ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ନବଦୀପ ସାଇନି, ୟୁଜବେନ୍ଦ୍ର ଚହଲ, ଇସୁରୁ ଉଦାନା ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.