‘ଆରସିବିର ଚାମ୍ପିଅନ ହେବା ସ୍ୱପ୍ନ ପୂରଣ ହେବ’, ବିରାଟଙ୍କ ଦମ୍ଭୋକ୍ତି

Published By : Prameya-News7 Bureau | April 03, 2020 IST

ବାଙ୍ଗାଲୋର, ୦୩|୦୪:  ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସର୍ବଦା ଫ୍ୟାନଙ୍କୁ ନିରାଶ କରିଛି । ଦଳ ଥରଟିଏ ହେଲେ ଚାମ୍ପିଅନ ହୋଇ ନାହିଁ । ଏହାକୁ ନେଇ ଅନେକ ଫ୍ୟାନ ଦଳକୁ ଟ୍ରୋଲ ଓ ସମାଲୋଚନା ମଧ୍ୟ କରୁଛନ୍ତି । ତେବେ ଆରସିବି ଅଧିନାୟକ ବିରାଟ କୋହଲି ଦଳ ଚାମ୍ପିଅନ ହେବ ବୋଲି ଆଶା ରଖିଛନ୍ତି । ଏହା ତାଙ୍କ ସ୍ୱପ୍ନ ଓ ତାକୁ ସେ ବାସ୍ତବରେ ପରିଣତ କରିବେ ବୋଲି କହିଛନ୍ତି ।

ବିରାଟ କହିଛନ୍ତି ଯେ, ଦଳ ପାଖରେ ବଡ ଖେଳାଲି ରହିଛନ୍ତି । ଡେଲ୍ ଷ୍ଟେନ୍ ଓ ଏବି ଡିଭିଲର୍ସଙ୍କ ଭଳି ଶ୍ରେଷ୍ଠ ଖେଳାଳି ଆରସିବି ପାଇଁ ଖେଲୁଛନ୍ତି । ଦଳ ୩ ଥର ଫାଇନାଲରେ ପହଁଚିଛି । କିନ୍ତୁ ଚାମ୍ପିଅନ ହୋଇପାରି ନାହିଁ । ତିନୋଟି ସେମିଫାଇନାଲ ମଧ୍ୟ ଦଳ ଖେଳିଛି । କିନ୍ତୁ ଟ୍ରଫି ନଜିତିଲେ ଏହି କଥାର ଗୁରୁତ୍ୱ ରହେ ନାହିଁ ।ଦଳ ଟାଇଟଲ ଜିତିବା ପାଇଁ ହକଦାର ବୋଲି ସେ କହିଛନ୍ତି ।

{"id":248428,"width":761,"height":507,"sizeSlug":"large"}

କୋହଲି ଆହୁରି କହିଛନ୍ତି ଯେ, ଭାରତୀୟ ଦଳରେ ପରିବର୍ତ୍ତନ ବାବଦରେ ମଧ୍ୟ ଚର୍ଚ୍ଚା ହେଉଛି । ଯେଉଁମାନେ ଦଳରେ ସ୍ଥାନ ପାଇଥାନ୍ତି ସେମାନେ ବହୁତ ଭାଗ୍ୟବାନ । ପ୍ରତି ଦଳର ଖରାପ ସମୟ ଆସିଥାଏ । ଆଗାମୀ ଦିନରେ କିଛି ନୂଆ ଚେହେରା ଦଳକୁ ଆସିବେ । ଦଳ ୩ ବର୍ଷ ଧରି ଟେଷ୍ଟରେ ନମ୍ବର ୧ ରହିଥିଲା । ଏହା ଭଲ କଥା ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.