ଆଇପିଏଲ ୨୦୨୦ : ଟସ୍ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ରଥମେ କରିବ ଫିଲ୍ଡିଂ

Published By : Prameya-News7 Bureau | November 02, 2020 IST

ଦୁବାଇ, ୨|୧୧ : ଚଳିତ ଆଇପିଏଲ୍‌ର ‘କର ବା ମର’ ଲିଗ୍‌ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳର ଅଧିନାୟକ ଶ୍ରେୟସ ଆୟାର ଟସ୍ ଜିତି ପ୍ରଥମେ ବୋଲିଂ ନଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଆରସିବି।

wp:html /wp:html

ଏହି ମ୍ୟାଚ୍‌ କ୍ୱାର୍ଟର ଫାଇନାଲ୍‌ ସଦୃଶ ରହିଛି । ଯିଏ ଜିତିବ, ସିଏ ପ୍ଲେ-ଅଫ୍‌ରେ ପ୍ରବେଶ କରିବ । ପରାଜିତ ଦଳର ପ୍ଲେ-ଅଫ୍‌ ଆଶା ଅନ୍ୟ ମ୍ୟାଚ୍‌ ଫଳାଫଳ ଉପରେ ନିର୍ଭର କରିବ । ତେଣୁ ଆସନ୍ତାକାଲିର ମ୍ୟାଚ୍‌ ଜରିଆରେ ଉଭୟ ଦଳ ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।


ଦିଲ୍ଲୀ ଓ ବାଙ୍ଗାଲୋର ଦଳ ୧୪ପଏଣ୍ଟ ଲେଖାଏଁ ପାଇଛନ୍ତି । ତେଣୁ ଉଭୟଙ୍କ ମଧ୍ୟରୁ ଯିଏ ଜିତିବ, ସିଏ ମୋଟ ୧୬ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହି ପ୍ଲେ-ଅଫ୍‌ରେ ପ୍ରବେଶ କରିବ । ପରାଜିତ ଦଳର ପ୍ଲେ-ଅଫ୍‌ ଆଶା କୋଲକାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ୍‌ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ଶେଷ ମ୍ୟାଚ୍‌ ଫଳାଫଳ ଉପରେ ନିର୍ଭର କରିବ । ଏହି ୩ଟି ଯାକ ଦଳ ୧୨ ପଏଣ୍ଟ ଲେଖାଏଁ ପାଇଛନ୍ତି । ନାଇଟ୍‌ ରାଇଡର୍ସ ଓ ରୟାଲ୍ସ (୫୪ତମ) ମ୍ୟାଚ୍‌ରେ ବିଜୟୀ ଦଳ ୧୪ପଏଣ୍ଟରେ ପହଞ୍ଚିବ । ସେହିପରି ସିଜନର ଶେଷ ଲିଗ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲେ ସନ୍‌ରାଇଜର୍ସର ପଏଣ୍ଟ ୧୪ରେ ପହଞ୍ଚିବ । ୫୪ତମ ଏବଂ ୫୫ତମ ଲିଗ୍‌ ମ୍ୟାଚ୍‌ (ଦିଲ୍ଲୀ ବନାମ ବାଙ୍ଗାଲୋର)ର ପରାଜିତ ଦଳ ଏବଂ ସନ୍‌ରାଇଜର୍ସ ମଧ୍ୟରୁ ୨ଟି ଦଳ ପ୍ଲେ-ଅଫ୍‌କୁ ଯୋଗ୍ୟତା ହାସଲ କରିବେ । ହେଲେ ନେଟ୍‌ ରନ୍‌ରେଟ୍‌ ୩ଟି ଯାକ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ । ଯଦି ସନ୍‌ରାଇଜର୍ସ ଶେଷ ମ୍ୟାଚ୍‌ ହାରିଯାଏ ତା’ହେଲେ ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ିବ ।

ସିଜନ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରିଥିବା ଦିଲ୍ଲୀ ଦଳ କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ରେ ପରାଜିତ ହୋଇଛି । ଏହା ଦଳର ପ୍ଲେ-ଅଫ୍‌ ରାସ୍ତାରେ ବାଧା ସୃଷ୍ଟି କରିଛି । ପୂର୍ବ ୪ଟି ମ୍ୟାଚ୍‌ରେ ଦଳ ସବୁ ବିଭାଗରେ ବିଫଳ ହୋଇଛି । ଓପନିଂ ଯୋଡ଼ିକୁ ନେଇ ରହିଥିବା ସମସ୍ୟା ଦୂର ହୋଇନାହିଁ । ପୃଥ୍ୱ ଶ’ ଓ ଅଜିଙ୍କ୍ୟ ରାହାଣେ ଅଭିଜ୍ଞ ଶିଖା ଧାୱନଙ୍କ ସହ ପାଳି ଆରମ୍ଭ କରିଥିଲେ । କିନ୍ତୁ ବିଫଳ ହୋଇଥିଲେ । କ୍ରମାନ୍ୱୟରେ ୨ଟି ଶତକ ହାସଲ କରି ଚର୍ଚ୍ଚାରେ ଥିବା ଧାୱନ ପୂର୍ବ ୩ଟି ମ୍ୟାଚ୍‌ରେ (୦,୦,୬) ନିରାଶ କରିଥିଲେ । ଅଧିନାୟକ ଶ୍ରେୟାସ ଆୟର, ରିଶଭ ପନ୍ତ ଓ ସିମରନ୍‌ ହେତମେୟର ମଧ୍ୟ ସଂଘର୍ଷ କରୁଛନ୍ତି । ବାଙ୍ଗାଲୋରକୁ ହରାଇବାକୁ ହେଲେ ବ୍ୟାଟିଂରେ ଉନ୍ନତି ଆଣିବା ଜରୁରୀ । ବୋଲିଂ ବିଭାଗରେ କାଗିସୋ ରାବାଡ଼ା ଓ ରବିଚନ୍ଦ୍ରନ ଅଶ୍ୱିନ ଭଲ ପ୍ରଦର୍ଶନ କରୁଛନ୍ତି । ଆସନ୍ତାକାଲି ବାଙ୍ଗାଲୋର ବ୍ୟାଟ୍ସମ୍ୟାନ୍‌ ଓ ଦିଲ୍ଲୀ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ବାଙ୍ଗାଲୋର ପୂର୍ବ ୩ଟି ମ୍ୟାଚ୍‌ରେ ପରାଜିତ ହୋଇ ଚାପରେ ରହିଛି । ତେଣୁ ଶେଷ ଲିଗ୍‌ରେ ଦିଲ୍ଲୀକୁ ହରାଇ ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ଅଧିନାୟକ ବିରାଟ କୋହଲି ଓ ଏବି ଡିଭିଲର୍ସଙ୍କ ଉପରେ ଦଳ ନିର୍ଭରଶୀଳ । ଉଭୟ ବିଫଳ ହେଲେ ଦଳ ପରାଜିତ ହେଉଛି । ତେଣୁ ଦିଲ୍ଲୀ ବୋଲର କୋହଲି ଓ ଡି’ଭିଲର୍ସଙ୍କୁ ଟାର୍ଗେଟ କରିବେ । ବୋଲିଂ ବିଭାଗରେ କ୍ରିସ୍‌ ମୋରିସ୍‌ ଓ ୟୁଝବେନ୍ଦ୍ର ଚହଲ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି । ଆସନ୍ତାକାଲି ଉଭୟଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ପ୍ରଥମ ପର୍ଯ୍ୟାୟ ଲିଗ୍‌ରେ ଦିଲ୍ଲୀ ୫୯ରନ୍‌ରେ ବାଙ୍ଗାଲୋରକୁ ପରାସ୍ତ କରିଥିଲା । ତେଣୁ ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.