ଆଇପିଏଲ-୨୦୨୦ : ଟସ୍ ଜିତିଲା ବାଙ୍ଗାଲୋର, ପ୍ରଥମେ କରିବ ବ୍ୟାଟିଂ

Published By : Prameya-News7 Bureau | October 10, 2020 IST

ଦୁବାଇ,୧୦|୧୦: ଆଜି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯିବ ହାଇ ଭୋଲଟେଜ୍ ମୁକାବିଲା । ଆଜିର ମ୍ୟାଚରେ ଟସ୍ ଜିତିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦଳର ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।ଅର୍ଥାତ ପ୍ରଥମେ ଫିଲ୍ଡିଂ କରିବ ଚେନ୍ନାଇ ।

ଚଳିତ ସିଜିନରେ ସିଏସକେର ପ୍ରଦର୍ଶନ ଖରାପ ରହିଛି । ଆଜି ସିଜନରେ ପ୍ରଥମ ଥର ଭାରତର ଦୁଇ ସଫଳ ଅଧିନାୟକ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନି ସାମ୍ନାସାମ୍ନି ହେବେ। ଉଭୟ ଦଳ ଶେଷ ମ୍ୟାଚ୍‌ରେ ପରାଜିତ ହୋଇଥିଲେ। ତେଣୁ ଆଜିର ମ୍ୟାଚ୍‌ ଜରିଆରେ ଉଭୟ ଦଳ ବିଜୟଧାରାକୁ ଫେରିବା ନେଇ ଲକ୍ଷ୍ୟରେ ରହିଛନ୍ତି । ଏହି ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ରାତି ୭.୩୦ରେ ଖେଳାଯିବ ।

wp:html /wp:html

କୋହଲିଙ୍କ ରୟାଲ୍‌ ଚ୍ୟାଲେଞ୍ଜର୍ସ ୫ଟି ମ୍ୟାଚ୍‌ରୁ ୩ଟିରେ ବିଜୟୀ ହୋଇଛି। ଶେଷ ମୁକାବିଲାରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସଠୁ ୫୯ରନ୍‌ରେ ପରାଜିତ ହୋଇଥିଲା । ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ୍‌ ଡି’ଭିଲର୍ସଙ୍କ ଉପରେ ଦଳ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଛି । ଆରୋନ ଫିଞ୍ଚ ଓ ବିରାଟ କୋହଲି ନିୟମିତ ଭଲ ପ୍ରଦର୍ଶନ ଦେବାରେ ବିଫଳ ହୋଇଛନ୍ତି। ଏହା ଦଳ ପରାଜୟର ଅନ୍ୟତମ କାରଣ ହୋଇଛି। ଯୁବ ଓପନର ଦେବଦତ୍ତ ପାଡିକଲ ପ୍ରଭାବୀ ପ୍ରଦର୍ଶନ କରି ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବୋଲିଂ ବିଭାଗରେ ପେସ୍‌ ବୋଲର ଇସୁରୁ ଉଦାନା ଓ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ବ୍ୟୟବହୁଳ ସାବ୍ୟସ୍ତ ହୋଇଛନ୍ତି । ଆଜି ସୁପର କିଙ୍ଗ୍‌ସର ଶକ୍ତିଶାଳୀ ବୋଲିଂ ବିଭାଗ ସାମ୍ନାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବ୍ୟାଟ୍ସମ୍ୟାନ୍‌ଙ୍କ ଅସଲ ପରୀକ୍ଷା ହେବ ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ସୁପର କିଙ୍ଗ୍‌ସର ରେକର୍ଡ଼ ୧୫-୮ ରହିଛି । ଗତ ସଂସ୍କରଣରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ବିଜୟୀ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.