କରୋନା ବିରୋଧରେ ସଂଘର୍ଷ: ନୀଳ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ ଆରସିବି, ସାହାଯ୍ୟ ପାଇଁ ଯୋଗାଡ କରିବ ରାଶି

Published By : Prameya-News7 Bureau | May 02, 2021 IST

ନୂଆଦିଲ୍ଲୀ ୦୨/୦୫ : ବର୍ତ୍ତମାନ ସାରା ଦେଶ କରୋନାର ଦ୍ୱିତୀୟ ଲହର ଦେଇ ଗତି କରୁଛି । କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଘାତକ ପ୍ରମାଣିତ ହୋଇଛି । ହସ୍ପିଟାଲମାନଙ୍କରେ ରୋଗୀଙ୍କୁ ବେଡ଼ ମିଳୁନାହିଁ । ଅକ୍ସିଜେନ ନ ପାଇ ଅନେକ ରୋଗୀ ପ୍ରାଣ ହରାଇଛନ୍ତି । ହସ୍ପିଟାଲ, ବେଡ୍, ଔଷଧ ଆଦି ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । ଏହି ସଙ୍କଟ ପରିସ୍ଥିତିରୁ ବାହାରିବାକୁ ସମସ୍ତେ ସଂଘର୍ଷ କରୁଛନ୍ତି।

ଏହି ସଙ୍କଟମୟ ସ୍ଥିତିର ମୁକାବିଲା ପାଇଁ ଅନେକ ସିଲିବ୍ରିଟୀ ସହାୟତାର ହାତ ବଢ଼ାଇଛନ୍ତି । ସେଲିବ୍ରିଟି ଆର୍ଥିକ ସହାୟତା କରିବା ସହ ସୋସିଆଲ ମିଡ଼ିଆ ଜରିଆରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ସହାୟତାର ହାତ ବଢ଼ାଇଛି । ଆରସିବି ଆଗାମୀ କୌଣସି ଗୋଟିଏ ମ୍ୟାଚରେ ନୀଳ ରଙ୍ଗର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ ।

କରୋନା କାଳରେ ସମସ୍ତ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ସମର୍ଥନ କରିବାକୁ ଆରସିବି ନୀଳ ଜର୍ସି ପିନ୍ଧିବ । କେବଳ ସେତିକି ନୁହେଁ ଆରସିବି ରାଶି ଯୋଗାଡ କରିବାକୁ ସମସ୍ତ ଖେଳାଳିଙ୍କ ଦସ୍ତଖତ ହୋଇଥିବା ନୀଳ ଜର୍ସି ନିଲାମ ମଧ୍ୟ କରିବ । ଏହାସହ ଅକ୍ସିଜେନ ସପ୍ଲାଏ ପାଇଁ ଆର୍ଥିକ ସହାୟତା ମଧ୍ୟ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.