IPL ଫାଇଟ୍: ଆଜି ରୟାଲସ୍-ହାଇଦ୍ରାବାଦ୍ ମୁକାବିଲା, ବିଜୟ ଲକ୍ଷ୍ୟରେ ଓହ୍ଲାଇବ ବିରାଟ ବାହିନୀ

Published By : Prameya-News7 Bureau | April 14, 2021 IST

ଚେନ୍ନାଇ ୧୪/୦୪:  ଆଜି ଆଇପିଏଲରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମ ମ୍ୟାଚ୍ ଜିତି ବିଜୟ ଲକ୍ଷ୍ୟରେ ପିଚକୁ ଓହ୍ଲାଇବ ବିରାଟ ବାହିନୀ । ସେହିପରି

ଆରମ୍ଭରୁ ପରାଜୟ ହାସଲ କରିଥିବା ଓ୍ୱାର୍ଣ୍ଣରଙ୍କ ଟିମ୍ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଅଛି । ଚେନ୍ନାଇ ଏମ.ଏ ଚିଦାମ୍ୱରମ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଡେଭିଡ ୱାର୍ଣ୍ଣର ଏବଂ କେନ୍ ୱିଲିୟମସନ ପୁନର୍ବାର ସେମାନଙ୍କର ବ୍ୟାଟିଂ ସୁପରଷ୍ଟାର ହେବେ ବୋଲି ଆଶା କରାଯାଉଛି । ସେହିଭଳି ମନୀଷ ପାଣ୍ଡେ ଏବଂ ଜନି ବେୟାରଷ୍ଟୋ ସେମାନଙ୍କ ବେଷ୍ଟ ଦେବାକୁ ଚେଷ୍ଟା କରିପାରନ୍ତି । ପୂର୍ବ ମ୍ୟାଚରେ ପର୍ପଲ ବ୍ରିଗେଡଙ୍କ ଠାରୁ ଭଲ ପଦର୍ଶନ କରିଥିବା ବେଳେ ଆଜିର ମୁକାବିଲାରେ ଅରେଞ୍ଜ ଆର୍ମି ଏହାର ପ୍ରତିଶୋଧ ନେବାର ଯୋଜନାରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.