Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଆଇପିଏଲ ମୁହାଁ ବିସିସିଆଇ, ଆରସିବିର ନୂଆ କୋଚ୍ ହେଲେ ସଞ୍ଜୟ ବାଙ୍ଗର

9/11/2021 at 1:17 PM

ବେଙ୍ଗାଲୁରୁ ୦୯/୧୧: ଟି୨୦ ବିଶ୍ୱକପ ପରେ ପୁଣି ବିସିସିଆଇ ଆଇପିଏଲ ଉପରେ ଫୋକସ ଆରମ୍ଭ କରିଦେଇଛି । ଆଇପିଏଲ ୨୦୨୦ ପୂର୍ବରୁ ମେଗା ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ସମସ୍ତ ଟିମ୍ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନୂଆ କୋଚଙ୍କୁ ନିଯୁକ୍ତି ଦେଇଛି । ଭାରତୀୟ ଦଳର ପୂର୍ବତନ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ଆରସିବିର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେଇଛନ୍ତି ।

ମଙ୍ଗଳବାର ଆରସିବି ନିଜର ଟ୍ୱିଟର ଆକାଉଣ୍ଟରେ ଏନେଇ ଘୋଷଣା କରିଛି । ଦଳର କ୍ରିକେଟ୍ ଡାଇରେକ୍ଟର ମାଇକ୍ ହସନ୍ କହିଛନ୍ତି ଯେ, ଏହି ପଦବୀ ପାଇଁ ଲଗାତର ଅନେକ ସାକ୍ଷାତକାର ନିଆଯାଇଛି । କିନ୍ତୁ ପୂର୍ବରୁ ଦଳ ସହ ଥିବା ସଞ୍ଜୟ ବାଙ୍ଗର ସବୁଠାରୁ ଭଲ ହେବେ ବୋଲି ମ୍ୟାନେଜମେଣ୍ଟ୍ ବିଚାର କରିଥିଲା । ସଞ୍ଜୟଙ୍କୁ ଏବେ ଲୋକମାନେ ବ୍ୟାଟିଂ କୋଚ୍ ଭାବେ ଜାଣିଛନ୍ତି । କିନ୍ତୁ ସେ ସବୁଥିରେ ମାଷ୍ଟର୍ ଅଟନ୍ତି ।

କୋଚ୍ ପଦ ନେବା ପରେ ସଞ୍ଜୟ ଆରସିବିକୁ ଧନ୍ୟବାଦ ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ, ନିଲାମ ପ୍ରକ୍ରିୟା ପାଇଁ ଏବେଠୁ ଯୋଜନା ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ, ବାଙ୍ଗର ପୂର୍ବରୁ ଆରସିବି ସହ କାମ କରି ସାରିଛନ୍ତି । ଏବେ ସେ କୋଚ୍ ଭାବେ କାମ କରିବେ । ଆରସିବିର ମୂଖ୍ୟ କୋଚ୍ ଭାବେ ତାଙ୍କର କାର୍ଯ୍ୟକାଳ ୨ ବର୍ଷ ରହିବ ।  

   Related Posts