Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

IPL 2021 : ବାଙ୍ଗଲୋରର ଘାତକ ବୋଲିଂ ଆଗରେ ଚାଲିଲାନି ହାଇଦ୍ରାବାଦ ବ୍ୟାଟ୍, RCBକୁ ବିଜୟ ଲକ୍ଷ୍ୟ ୧୪୨

6/10/2021 at 9:15 PM

ୟୁଏଇ ୦୬/୧୦ : ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଇପିଏଲର ଆଜିର ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋହଲିଙ୍କ ଆର୍‌ସିବି । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ହାଇଦ୍ରାବାଦ ସଂଗ୍ରହ କରିଛି ୧୪୧ ରନ । ଓପନର ଜେସନ ରୟଙ୍କ ଦର୍ଶନୀୟ ଇଂନିସ ବଳରେ ଦଳ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଛି । ବାଙ୍ଗଲୋରକୁ ଜିତିବାକୁ ହେଲେ ୧୪୨ ରନ କରିବାକୁ ହେବ ।

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଓପନର ଜେସନ ରୟ ଭଲ ଆରମ୍ଭ କରିଥିଲେ । ସେ ୪୪ ରନ କରି ଆଉଟ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ଶର୍ମା ୧୩, ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ ୩୧, ପ୍ରିୟମ ଗର୍ଗ ୧୫, ଅବଦୁଲ ସମାଦ ୧, ରିଦ୍ଧିମାନ ଶାହା ୧୦ ରନ କରି ଆଉଟ ହୋଇଛନ୍ତି । ଜେସନ ହୋଲଡର ୧୬ ରନକରି ଆଉଟ ହୋଇଛନ୍ତି । ରାସିଦ ଖାନ ୭ ରନ କରି ଅପରାଜିତ ଅଛନ୍ତି ।

ଆର୍‌ସିବି ପକ୍ଷରୁ ସେହବାଜ ଅହମ୍ମଦ ୪ ଓଭରରେ ୨୧ରନ ଦେଇଥିବା ବେଳେ, ୟୁଜବେନ୍ଦ୍ର ଚହଲ ୪ ଓଭରରେ ୨୭ରନ ୧ ଓ୍ବିକେଟ, ଜର୍ଜ ଗାର୍ଟୋନ୍‌ ୨ ଓଭରରେ ୨୯ରନ ୧ ଓ୍ବିକେଟ, ହର୍ଷଲ ପଟେଲ ୪ ଓଭରରେ ୩୩ ରନ ୩ ଓ୍ବିକେଟ, ଡାନ୍‌ କ୍ରିଷ୍ଟିଆନ୍‌ ୩ ଓଭରରେ ୧୪ରନ ୨ ଓ୍ବିକେଟ ଏବଂ ମହମ୍ମଦ ସିରାଜ ୩ ଓଭରରେ ୧୭ ରନ ଦେଇଛନ୍ତି ।

   Related Posts