Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

IPL ୨୦୨୧ : ବେଙ୍ଗାଲୁରୁକୁ ୧୭୮ ରନ ବିଜୟ ଲକ୍ଷ୍ୟ ଦେଲା ରାଜସ୍ଥାନ, ସିରାଜଙ୍କ ଚମତ୍କାର ବୋଲିଂ

22/04/2021 at 9:27 PM

ମୁମ୍ବାଇ ୨୨/୦୪ : ଆଇପିଏଲର ପରବର୍ତ୍ତୀ ମ୍ୟାଚ୍‌ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଜାରି ରହିଛି ଲଢେଇ । ରାଜସ୍ଥାନ ରୟାଲସ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ୍‌ ହରାଇ ସଂଗ୍ରହ କରିଛି ୧୭୭ ରନ । ବିରାଟ କୋହଲିଙ୍କ ଆାର୍‌ସିବିକୁ ଜିତିବାକୁ ହେ​‌ଲେ ୧୭୮ ରନ ସଂଗ୍ରହ କରିବାକୁ ହେବ ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଶୁଭମ ଦୁବେ ଚମତ୍କାର ବ୍ୟାଟିଂ କରି ମାତ୍ର ୩୨ ବଲରୁ ୫ ଚୌକା ଏବଂ ୨ଟି ଛକା ସହାତୟାରେ ୪୬ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଓପନିଂ ବ୍ୟାଟିଂ ଆସିଥିବା ଜୋସ୍‌ ବଟଲର ଏବଂ ମନନ୍‌ ଭୋରା ନିରାଶ କରିଥିଲେ । ବଟଲର ମାତ୍ର ୮ ରନ କରି ଆଉଟ ହୋଇଥିବା ବେଳେ ଭୋରା ୭ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଅଧିନାୟକ ସଞ୍ଜୁ ସାମସନ୍‌ ୨୧, ଡେଭିଡ୍‌ ମିଲର ୦, ରିଆନ୍‌ ପରାଗ ୨୫ ରନ କରି ଆଉଟ ହୋଇଛନ୍ତି । ରାହୁଲ ତେଓ୍ବାତିଆ ତଳକ୍ରମରେ ଆସି ଧୂଆଁଦାର ଇନିଂସ ଖେଳିଛନ୍ତି ତେଓ୍ବାତିଆ ୨୩ ଖେଳି ୪ ଚୌକା ଏବଂ ୨ ଛକା ସହାୟତାରେ ୪୦ ରନ କରି ଆଉଟ ହୋଇଛନ୍ତି । କ୍ରିସ୍‌ ମୋରିସ ୧୦ରନ, ଚେତନ୍‌ ସକାରିୟା ୦ ରନ କରି ଆଉଟ ହୋଇଛନ୍ତି । ଶ୍ରେୟସ୍‌ ଗୋପାଳ ୭ ରନ ଏବଂ ମୁସ୍ତାଫିଜୁର ରେହମାନ ୦ ରନ କରି ଅପରାଜିତ ଅଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ମହମ୍ମଦ ସିରାଜ ୪ ଓଭରରେ ୨୭ ରନ ଦେଇ ୩ଓ୍ବିକେଟ୍, କାଇଲ୍‌ ଜେମିସନ୍‌ ୪ ଓଭରରେ ୨୮ ରନ ୧ ଓ୍ବିକେଟ୍‌, କେନ୍‌ ରିଚାର୍ଡସନ୍‌ ୩ ଓଭର ୨୯ ରନ ୧ ଓ୍ବିକେଟ୍‌, ୟୁଜବେନ୍ଦ୍ର ଚହଲ ୨ ଓଭର ୧୮ ରନ, ଓ୍ବାଶିଂଟନ ସୁନ୍ଦର ୩ ଓଭରରେ ୨୩ ରନ ୧ ଓ୍ବିକେଟ୍‌ , ହର୍ଷଲ ପଟେଲ ୪ ଓଭରରେ ୪୭ ରନ ଦେଇ ୩ଟି ଓ୍ବିକେଟ ନେଇଛନ୍ତି ।

   Related Posts