Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଜେମିସନ୍ ଭାଙ୍ଗିଲେ ୮୦ ବର୍ଷର ପୁରୁଣା ରେକର୍ଡ, କିନ୍ତୁ ଟ୍ୱିଟରରେ ଆରସିବି ଫ୍ୟାନ୍ ଜଣାଇଲେ ଅସନ୍ତୋଷ…

21/06/2021 at 9:08 AM

ଲଣ୍ଡନ, ୨୧/୦୬:   ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ କାଇଲ୍ ଜେମିସନ୍ ଘାତକ ବୋଲିଂ କରିଛନ୍ତି । ଜେମିସନ୍ ପ୍ରଥମ ଇନିଂସରେ ୫ଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ । ଏହାସହ ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ଏହି ଇନିଂସରେ ସେ ଋଷଭ ପନ୍ତଙ୍କୁ ଆଉଟ୍ କରି ୮୦ ବର୍ଷର ରେକର୍ଡ ଭାଙ୍ଗିଥିଲେ । ସେ ପ୍ରଥମ ୮ଟି ଟେଷ୍ଟରେ ନ୍ୟୁଜିଲାଣ୍ଡ ତରଫରୁ ସର୍ବାଧିକ ଓ୍ୱିକେଟ୍ ହାସଲକାରୀ ବୋଲର ପାଲଟିଛନ୍ତି । ଏହି ମାମଲାରେ ସେ ଜ୍ୟାକ୍ କାମ୍ବୀଙ୍କୁ ପଛରେ ପକାଇ ଦେଇଛନ୍ତି । କାମ୍ବୀ ୧୯୩୭ରୁ ୧୯୪୯ ମଧ୍ୟରେ ୮ଟି ଟେଷ୍ଟରେ ୪୧ ଓ୍ୱିକେଟ୍ ନେଇଥିଲେ ।

ତୃତୀୟ ଦିନରେ ଖରାପ ପାଗ ପାଇଁ ପ୍ରାୟ ୩ ଘଣ୍ଟା ଧରି ଖେଳ ବନ୍ଦ ରହିଥିଲା । ଭାରତୀୟ ପାଳିର ୬୮ ତମ ଓଭରରେ ଜେମିସନ୍ ବିରାଟ କୋହଲିଙ୍କୁ ଆଉଟ୍ କରିଥିଲେ । କୋହଲି ଡିଆରଏସ ନେଇଥିଲେ ବି ଅମ୍ପାୟାରଙ୍କ ନିଷ୍ପତ୍ତି ସଠିକ୍ ଥିଲା । ୬ ଫୁଟ ୮ ଇଞ୍ଚର ଏହି ବୋଲର ଏହାପରେ ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତଙ୍କୁ ମଧ୍ୟ ଅଡୁଆରେ ପକାଇଥିଲେ । ୭୪ ତମ ଓଭରରେ ପନ୍ତ ଜେମିସନଙ୍କ ବଲରେ ଚୌକା ମାରି ଖାତା ଖୋଲିଥିଲେ । କିନ୍ତୁ ପରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ ।

ଜେମିସନ୍ କୋହଲି ଓ ପନ୍ତଙ୍କୁ ଆଉଟ୍ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ଫ୍ୟାନ୍ ଅସନ୍ତୁଷ୍ଟ ନଜର ଆସିଥିଲେ ।  କାରଣ ଜେମିସନ୍ ଆରସିବି ତରଫରୁ ଖେଳନ୍ତି । ଏପରିକି ଆଇପିଲ ୨୦୨୧ ଆରମ୍ଭରେ କୋହଲି ଜେମିସନଙ୍କୁ ଡ୍ୟୁକ୍ ବଲରେ ଅଭ୍ୟାସ କରିବାକୁ କହିଥିଲେ । କିନ୍ତୁ ଜେମିସନ୍ ସିଧା ମନା କରିଦେଇଥିଲେ ।  ଏହାସହ ସେମାନେ ଟ୍ୱିଟରରେ ମଧ୍ୟ ନିଜନିଜର ପ୍ରତିକ୍ରିୟା ଦେଇଛନ୍ତି । କେହେ କେହି ପ୍ରଶଂସକ ଜେମିସନଙ୍କ ଆରସିବି କଣ୍ଟ୍ରାକ୍ଟ୍ ସମାପ୍ତ କରିବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ତୃତୀୟ ଦିନରେ ଭାରତ ୩ ଓ୍ୱିକେଟ୍ ହରାଇ ୧୪୬ରୁ ଖେଳ ଆରମ୍ଭ କରିଥିଲା । କିନ୍ତୁ ଦଳ ୨୧୭ ରନରେ ହିଁ ଅଲଆଉଟ୍ ହୋଇଯାଇଥିଲା । ଭାରତ ପାଇଁ ଆଜିଙ୍କ୍ୟ ରାହାଣେ ସର୍ବାଧିକ ୪୯ ଓ ବିରାଟ କୋହଲି ୪୪ ରନ୍ କରିଥିଲେ । ଜେମିସନ୍ ୩୧ ରନ୍ ଦେଇ ୫ ଓ୍ୱିକେଟ୍ ନେଇଥିବା ବେଳେ ନିଲ୍ ବେଗନର୍ ଓ ଟ୍ରେଣ୍ଟ୍ ବୋଲ୍ଟ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

   Related Posts