Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କୋଲକାତାକୁ ହରାଇ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ବାଙ୍ଗାଲୋର, ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ

13/10/2020 at 4:00 PM

ଦୁବାଇ, ୧୩।୧୦:  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସୋମବାର ଖେଳାଯାଇଥିବା ମୁକାବିଲାରେ କୋଲକାତା ନାଇଟ ରାଇଡର୍ସଙ୍କୁ ୮୨ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି । ଏହି ମ୍ୟାଚରେ ବାଙ୍ଗାଲୋରର ଏବି ଡିଭିଲର୍ସ ମାତ୍ର ୩୩ ବଲରୁ ବିସ୍ଫୋରକ ୭୩ ରନ୍ କରିଥିଲେ । ଏହି ବିଜୟ ସହ ବାଙ୍ଗାଲୋର ୧୦ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନକୁ ଉତୀନ୍ନ ହୋଇଛି । ସେହିପରି ମ୍ୟାଚରେ ହାରିବା ପରେ କେକେଆର ତାଲିକାର ଚତୁର୍ଥ ସ୍ଥାନକୁ ଖସି ଆସିଛି । କେକେଆର ୮ ପଏଣ୍ଟ ପାଇଛି ।

ଆଜିଯାଏଁ ଗୋଟିଏ ହେଲେ ଆଇପିଏଲ ଟ୍ରଫି ହାସଲ କରିନଥିବା ଆରସିବି ଚଳିତ ସିଜିନରେ ଭଲ ପ୍ରଦର୍ଶନ କରିଛି । ପ୍ରଥମେ କିଛି ମ୍ୟାଚ୍ ହାରିବା ପରେ ଦଳ ଏବେ ଲାଗତର ଭାବେ ବିଜୟ ହାସଲ କରୁଛି । ଆରସିବି ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସକୁ ମଧ୍ୟ ଚ୍ୟାଲେଞ୍ଜ୍ ଦେଉଛି ।

ଏବେସୁଦ୍ଧା ଆରସିବି ଖେଳିଥିବା ୭ଟି ମ୍ୟାଚରୁ ୫ଟିରେ ବିଜୟଲାଭ କରିଛି । ୧୦ ପଏଣ୍ଟ ଓ -୦.୧୧୬ ନେଟ୍ ରନ୍ ରେଟ୍ ସହ ଦଳ ତାଲିକାରେ ତୃତୀୟ ସ୍ଥାନରେ ପହଁଚିଛି । ସେହିପରି କୋଲକାତା ୭ଟି ମ୍ୟାଚରୁ ୪ଟିରେ ବିଜୟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି । କେକେଆରର ନେଟ୍ ରନ୍ ରେଟ୍ ହେଉଛି -୦.୫୭୭ ।

ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ୭ଟି ମ୍ୟାଚରୁ ୫ଟିରେ ବିଜୟ ଲାଭ କରି ୧୦ ପଏଣ୍ଟ ପାଇଛି । ଦଳର ନେଟ୍ ରନ୍ ରେଟ୍ ହେଉଛି  ୧.୩୨୭ । ଦିଲ୍ଲୀ କ୍ୟାପିଟାଲର ଦ୍ୱିତୀୟ ସ୍ଥାନରେ ରହିଛି । ଦିଲ୍ଲୀର ପଏଣ୍ଟ ୧୦ ହେଲେ ମଧ୍ୟ ନେଟ୍ ରନ୍ ରେଟରେ ମୁମ୍ବାଇଠାରୁ କମ୍ ରହିଛି । ଦିଲ୍ଲୀର ନେଟ୍ ରନ ରେଟ୍ ହେଉଛି ୧.୦୩୮ ।

ଅନ୍ୟ ଟିମ୍ ମଧ୍ୟରେ ସନ ରାଇଜର୍ସ ହାଇଦ୍ରାବାଦ ପଞ୍ଚମ ସ୍ଥାନରେ, ରାଜସ୍ଥାନ ଷଷ୍ଠ, ଚେନ୍ନାଇ ସୁପର କିଙ୍ଗସ ସପ୍ତମ ଓ କିଙ୍ଗସ୍ ଏକାଦଶ ପଞ୍ଜାବ ଅଷ୍ଟମ ସ୍ଥାନରେ ରହିଛି ।  

   Related Posts