Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଆରସିବିକୁ ଲାଗିଲା ବଡ ଝଟକା, ଦଳରୁ ବାଦ୍ ପଡିବେ ଏହି ଦ୍ରୁତ ବୋଲର !

26/10/2020 at 4:14 PM

ଦୁବାଇ, ୨୬।୧୦: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଏକ ବଡ ଝଟକା ଲାଗିଛି । ଦଳର ଦ୍ରୁତ ବୋଲର ନବଦୀପ ସୈନୀ ଆହତ ହୋଇ ବାଦ୍ ପଡିବାର ସମ୍ଭାବନା ରହିଛି । ଏହାକୁ ନେଇ ଟିମ୍ ଫିଜିଓ ଇଆନ ସ୍ପିଚଲୀ କହିଛନ୍ତି ଯେ, ନବଦୀପଙ୍କ ଡାହାଣ ହାତରେ ରବିବାର ଆଘାତ ଲାଗିଛି । ହାତର ବୁଢା ଆଙ୍ଗୁଳିରେ ଯନ୍ତ୍ରଣା ଅନୁଭୂତ ହେଉଛି । ସେ ଚେନ୍ନାଇ ବିପକ୍ଷ ମ୍ୟାଚର ୧୮ତମ ମ୍ୟାଚରେ ଆହତ ହୋଇଥିଲେ । ଫଳରେ ତାଙ୍କୁ ପଡିଆରୁ ବାହାରିବାକୁ ପଡିଥିଲା ।

ଫିଜିଓ ଆହୁରି କହିଛନ୍ତି ଯେ, ନବଦୀପ ଆଗାମୀ ମ୍ୟାଚ୍ ଖେଳିବେ ନା ନାହିଁ ସେନେଇ ଏବେକିଛି କହିହେବ ନାହିଁ । ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ହାଡ ଉପରେ ପ୍ରଭାବ ପଡିବାର ସମ୍ଭାବନା ରହିଛି । ତେବେ ନବଦୀପଙ୍କ ଚିକିତ୍ସା ଚାଲିଛି ।

ଆରସିବି ଫିଜିଓ ଆହୁରି କହିଛନ୍ତି ଯେ, ବିରାଟ କୋହଲିଙ୍କ ସହ ମଧ୍ୟ ୪,୫ ତଳେ କୋଲକାତାରେ ଏପରି ହୋଇଥିଲା । ଏହି ମ୍ୟାଚରେ ତାଙ୍କ ହାତରୁ ରକ୍ତ ବାହାରିଥିଲେ ମଧ୍ୟ ସେ ଶତକ ଲଗାଇଥିଲେ । କିନ୍ତୁ ଉଭୟ ଆଘାତକୁ ତୁଳନା କରିବା ଟିକ ନୁହେଁ । ନବଦୀପ ଯେଉଁ ହାତରେ ବୋଲିଂ କରନ୍ତି ସେଥିରେ ଆଘାତ ଲାଗିଛି । କେବେ ସେ ଟିକ୍ ହେବେ ତାହା ଏବେଠୁ କହିବା ଅସମ୍ଭବ । ତେବେ ନବଦୀପ ଅତିଶୀଘ୍ର ସୁସ୍ଥ ହେବେ ବୋଲି ସେ ଆଶା ରଖିଛନ୍ତି ।

   Related Posts