Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଅର୍ଥନୀତିରେ ସୁଧାର ଆଣିବା ପାଇଁ ଆର୍‌ବିଆଇର ପ୍ରୟାସ…

17/04/2020 at 9:37 PM

ନୂଆଦିଲ୍ଲୀ୧୭/୪: ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରୟାସ । ବ୍ୟାଙ୍କଗୁଡ଼ିକୁ ଫାଇଦା ଦେବା ପାଇଁ ରିଭର୍ସ ରେପୋ ରେଟ୍‌ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆର୍‌ବିଆଇ । ଦେଶର ବିକାଶ ହାର ୧.୯ ପ୍ରତିଶତ ଆକଳନ କରାଯାଇଥିବା ବେଳେ ଅର୍ଥନୈତିକ ସ୍ଥିତି ଉପରେ ଆରବିଆଇ ନଜର ରଖିଛି । ସେହିପରି ବିତ୍ତୀୟ କ୍ଷତି କମ୍‌ କରିବା ପାଇଁ ଚେଷ୍ଟା ଜାରିଥିବା ମଧ୍ୟ କହିଛନ୍ତି ରିଜର୍ଭ ବ୍ୟାଙ୍କ ଗର୍ଭର୍ଣ୍ଣର ଶକ୍ତିକାନ୍ତ ଦାସ ।

କରୋନା ପାଇଁ ଅଟକି ଯାଇଛି ବିଶ୍ବ । ନା କେବଳ ଜୀବନଯାତ୍ରା ବରଂ ଅର୍ଥନୀତି ଉପରେ ପଡ଼ିଛି ସାଙ୍ଘାତିକ ପ୍ରଭାବ । ଏହାକୁ ନଜରରେ ରଖି ଲାଇନ୍‌ଚ୍ୟୁତ୍ ଅର୍ଥବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ ଆରମ୍ଭ କରିଛି ପ୍ରୟାସ। ପୁଣି ଥରେ ରିଭର୍ସ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିବା RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି । ଫଳରେ ୪%ରୁ ୩.୭୫%  ଖସିଛି ରିଭର୍ସ ରେପୋ ରେଟ୍‌ ।ଏହା ଦ୍ବାରା ବ୍ୟାଙ୍କକୁ ଫାଇଦା ମିଳିବ ଓ ନଗଦ ଟଙ୍କାର କୌଣସି ଅଭାବ ରହିବ ନାହିଁ ।ସେହିପରି ବ୍ୟାଙ୍କରୁ ଋଣ ମିଳିବାରେ କୌଣସି ସମସ୍ୟା ରହିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ଶକ୍ତିକାନ୍ତ ।

ସେପଟେ ଦେଶର ଅର୍ଥନୀତି ଅଭିବୃଦ୍ଧି ପାଇଁ ୫୦ ହଜାର କୋଟିର ପ୍ୟାକେଜ୍‌ ମଧ୍ୟ ଘୋଷଣା କରାଯାଇଛି। ପ୍ୟାକେଜ୍‌ ଅନୁସାରେ ନାବାର୍ଡକୁ ୨୫ ହଜାର କୋଟି, ସିଡିବିକୁ ୧୫ ହଜାର କୋଟି ଓ ହାଉସିଂ ଫାଇନାନ୍ସ ବ୍ୟାଙ୍କକୁ ୧୦ ହଜାର କୋଟି ଟଙ୍କାର ସହାୟତା ଦିଆଯିବ । ଏହା ଦ୍ବାରା ଏନ୍‌ବିଏଫ୍‌ସି, ଏମ୍‌ଏସ୍‌ଏମ୍ଇ ଓ ରିଅଲ ଇଷ୍ଟେଟ୍‌ ପରି କ୍ଷେତ୍ରେରେ ଦେଖାଦେଇଥିବା ସମସ୍ୟା ଦୂର ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଆର୍‌ବିଆଇ ଗଭର୍ଣ୍ଣର । ବିତ୍ତୀୟ କ୍ଷତି କମ୍‌ କରିବାକୁ ଚେଷ୍ଟା ଜାରି ରହିଛି । ଚଳିତ ବର୍ଷ ଦେଶର ବିକାଶ ହାର ୧.୯% ଆକଳନ କରାଯାଇଛି ।

କରୋନା ପାଇଁ ବିଶ୍ବରେ ବଡ଼ ମାନ୍ଦାବସ୍ଥାର ଆଶଙ୍କା ରହିଛି । ତେବେ ଜି୨୦ ଦେଶମାନଙ୍କ ମଧ୍ୟରେ ଭାରତର ବିକାଶ ଦର ବେଶ ଭଲ ରହିଥିବା ଦମ୍ଭ ଭରିଛନ୍ତି ଆରବିଆଇ ଗଭର୍ଣ୍ଣର । ଲକଡାଉନ ସମୟରେ ଓଡିଶାର ଆକ୍ଟିଭିଟି ମଧ୍ୟ ପ୍ରଶଂସାଯୋଗ୍ୟ ବୋଲି କହିଛନ୍ତି ଶକ୍ତିକାନ୍ତ।

   Related Posts