Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

rbi ଆଣିବେ ପ୍ରିପେଡ ପେମେଣ୍ଟ କାର୍ଡ, ସୀମା ରହିବ ୧୦ ହଜାର ଟଙ୍କା

5/12/2019 at 7:16 PM

ମୁମ୍ବାଇ : ଡିଜିଟାଲ ଅର୍ଥନୀତିକୁ ଗତି ଦେବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୁରୁବାର ପ୍ରିପେଡ ପେମେଣ୍ଟ ଇଂଷ୍ଟ୍ରୁମେଣ୍ଟ (ପିପିଆଇ) ଲଞ୍ଚ୍ ନେଇ ଘୋଷଣା କରିଛନ୍ତି। ଏଭଳି ପ୍ରିପେଡ କାର୍ଡକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସେବା ଓ ସାମଗ୍ରୀ କ୍ରୟ ଲାଗି ଉପଯୋଗ କରାଯାଇପାରେ। ମୌଦ୍ରିକ ନୀତି ଘୋଷଣା ଅବସରରେ ଆରବିଆଇ ଏ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଲୋକେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ କାର୍ଡ ରିଚାର୍ଜ କରିପାରିବେ ବୋଲି କହିଛନ୍ତି।

ଏହି କାର୍ଡକୁ ଲୋକେ ବିଭିନ୍ନ ବିଲ ପେମେଣ୍ଟ ଓ ଅନ୍ୟ କିଣାକିଣିରେ ମଧ୍ୟ ବ୍ୟବହାର କରିପାରିବେ। ଏ ନେଇ ବିସ୍ତୃତ ସୂଚନା ଆସନ୍ତା ୩୧ ତାରିଖ ସୁଦ୍ଧା ଜାରି ହେବ ବୋଲି ଆରବିଆଇ କହିଛନ୍ତି। ଲୋକେ ବ୍ୟାଙ୍କରେ ନଗଦ ଜମା ଦେଇ ମଧ୍ୟ ପିପିଆଇ ରିଚାର୍ଜ କରିପାରିବେ। ଏହା ଛଡା ଲୋକେ ଡେବିଟ୍ ଅଥବା କ୍ରେଡିଟ୍ କାର୍ଡ ବାଲାନ୍ସରୁ ବି ପିପିଆଇ ରିଚାର୍ଜ କରି ସେମାନଙ୍କର ଖର୍ଚ୍ଚ ତୁଲେଇପାରିବେ।

ଏହି ପ୍ରିପେଡ କାର୍ଡ ଦ୍ୱାରା ମାସିକ ଲୋକେ ସର୍ବାଧିକ ୫୦ ହଜାର ଟଙ୍କା ରିଚାର୍ଜ କରାଇପାରିବେ। ଏହି ଅବସରରେ ଆରବିଆଇ ମନିଟାରୀ ପଲିସିର ଘୋଷଣା କରିଥିଲେ। ଯେଉଁଥିରେ ରେପୋହାର ଅପରିବର୍ତ୍ତିତ ରଖିଥିବା ବେଳେ ବ୍ୟାଙ୍କ ରୋପୋରେଟ ୫.୪୦ ଓ ରିଭର୍ସ ରୋପେହାର ୪.୯୦ପ୍ରତିଶତ ଧାର୍ଯ୍ୟ କରିଛନ୍ତି। ସେହିପରି ବିକାଶ ହାରକୁ ୬.୧ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।

   Related Posts