ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ନୋଟ, ଜାଣନ୍ତୁ କ’ଣ ଅଛି ନୂଆ

Published By : Prameya-News7 Bureau | April 27, 2019 IST

ମୁମ୍ବାଇ ୨୭।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରକୁ ନୂଆ ୨୦ ଟଙ୍କିଆ ନୋଟ ଛାଡିବାକୁ ଘୋଷଣା କରିଛନ୍ତି । ମହାତ୍ମା ଗାନ୍ଧି (ନ୍ୟୁ) ସିରିଜରେ ଜାରି ହେବାକୁ ଥିବା ଏହି ନୋଟ ଇସତ ସବୁଜ ଓ ହଳଦିଆ ରଙ୍ଗର ହେବ। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସ୍ବାକ୍ଷର ସମ୍ବଳିତ ଏହି ନୋଟର ଗୋଟିଏ ପଟେ ଦେଶର ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶିତ କରୁଥିବା ଆଜନ୍ତା ଏଲୋରା ଗୁମ୍ଫାର ଛବି ରହିଛି । ତେବେ ବଜାରରେ ପୂର୍ବରୁ ପ୍ରଚଳିତ ୨୦ ଟଙ୍କିଆ ନୋଟର ଲିଗାଲ ଟେଣ୍ଡର ଯଥାବତ ରହିବ ବୋଲି ସ୍ପଷ୍ଟ କରିଦେଇଛନ୍ତି ଆରବିଆଇ।

{"id":108183}

୬୩ ମିଲିମିଟରରେ ୧୨୯ ମିଲିମିଟର ଆକାରର ଏହି ନୋଟ  ଜାରି ହେବା ନେଇ ପୂର୍ବରୁ ଆରବିଆଇ ସୂଚନା ଦେଇଥିଲେ।  ତେବେ କେବେ ଜାରି ହେବ ସେ ନେଇ କୌଣସି ସୂଚନା ମିଳିନଥିଲା।  ଗତ ୨୦୧୬ ମସିହା ନୋଟ ବନ୍ଦି ପରେ ନୂଆ ୨ହଜାର, ୫ଶହ, ୨ଶହ, ୧ ଶହ, ୫୦ ଓ ୧୦ଟଙ୍କିଆ ନୋଟରେ ପରିବର୍ତ୍ତନ ହୋଇ ସାରିଛି । ଏହି କ୍ରମରେ ୨୦ଟଙ୍କା ନୋଟର ପରିବର୍ତ୍ତନ ହୋଇନଥିଲା । ଏବେ ନୂଆ ୨୦ ଟଙ୍କିଆ ନୋଟରେ କାରବାର କରିବେ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.