ଆରବିଆଇ ସରକାରଙ୍କୁ ଦେବ ୧.୭୬ ଲକ୍ଷ କୋଟି ଟଙ୍କା, ବିମଲ ଜାଲାନ କମିଟିର ସୁପାରିଶ୍‌ ଉପରେ ଲାଗିଲା ମୋହର

Published By : Prameya-News7 Bureau | August 26, 2019 IST

ମୁମ୍ବଇ - ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା ଦେବ । ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ସୋମବାରରେ ୧.୭୬ ଲକ୍ଷ କୋଟି ଟଙ୍କା ଭାରତ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛି ।

ଏଥିରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧,୨୩,୪୧୪ କୋଟି ଟଙ୍କା ଓ ୫୨,୬୩୭ କୋଟି ଟଙ୍କା ଅଧିଶେଷ ଅତିରିକ୍ତ ପ୍ରାବଧାନ ରହିଛି । ସୋମବାରରେ ହୋଇଥିବା କେନ୍ଦ୍ରୀୟ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଆରବିଆଇ ସରକାଙ୍କର ସୁପାରିଶ କ୍ରମେ ଆର୍ଥିକ ପୁଞ୍ଜି ଫ୍ରେମଓ୍ୱାର୍କର ସମୀକ୍ଷା ପାଇଁ ଏକ ବିଶେଷଜ୍ଞଙ୍କ କମିଟି ଗଠନକରିଥିଲା ।ସମିତି ନିଜର ରିପୋର୍ଟ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଶୁକ୍ରବାରେ ପ୍ରଦାନ କରିଛି ।

ଏହି କମିଟି କେନ୍ଦ୍ରୀୟ ବ୍ୟାଙ୍କର ବିଭିନ୍ନ ଦିଗ, ଅନ୍ୟ ଦେଶମାନଙ୍କର ପରମ୍ପରା ଓ ବୈଧାନିକ ପ୍ରବାଧାନ, ରିଜର୍ଭ ବ୍ୟାଙ୍କର ସାର୍ବଜନିକ ନୀତିକୁ ଆଖିଆଗରେ ରଖି ଏହି ପରାମର୍ଶ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.