ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ନୋଟ ; ଦେଖନ୍ତୁ କେମିତି ରହିବ ଫିଚର୍ସ

Published By : Prameya-News7 Bureau | April 27, 2019 IST

ଦିଲ୍ଲୀ ୨୭/୪ : ୨୦୧୬ ମସିହା ନଭେମ୍ବର ୮ ତାରିଖରେ ନୋଟବନ୍ଦୀ କରିଥିଲେ ସରକାର | ସେତେବେଳେ ପୁରୁଣା ୫୦୦ ଟଙ୍କିଆ ଏବଂ ୧୦୦୦ ଟଙ୍କିଆର ପ୍ରଚଳନ ବନ୍ଦ କରିଦିଆଯାଇଥିଲା | ଏହାପରେ ନୂଆ ୫୦୦ ଟଙ୍କିଆ, ୨୦୦୦ ଟଙ୍କିଆ, ୨୦୦ ଟଙ୍କିଆ, ୧୦୦ ଟଙ୍କିଆ, ୫୦ ଟଙ୍କିଆ ଏବଂ ୧୦ ଟଙ୍କିଆ ନୋଟ ବଜାରକୁ ଆସିଥିଲା | ନୂଆ ନୋଟ ପ୍ରଚଳନ ବର୍ତ୍ତମାନ ସେସେ ପର୍ଯ୍ୟାୟରେ | କିନ୍ତୁ ୨୦ ଟଙ୍କିଆ ନୋଟ ସେହି ପୁରୁଣା ହିଁ ଚାଲୁଚି | ୨୦ ଟଙ୍କିଆ ନୋଟ ବଦଳିନଥିଲା | ମୋଦି ସରକାର ଏବେ ୨୦ ଟଙ୍କିଆ ନୋଟ ମଧ୍ୟ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି | ଶୁକ୍ରବାର ଦିନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନୂଆ ୨୦ ଟଙ୍କିଆ ନୋଟର ଫିଚର୍ସ ଇଣ୍ଟରନେଟରେ ସାର୍ବଜନୀନ କରିଛି |


ଖୁବ ଶୀଘ୍ର ନୂଆ ୨୦ ଟଙ୍କିଆ ନୋଟ ଜାରି ହେବ ବୋଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଘୋଷଣା କରିଛନ୍ତି | ମହାତ୍ମା ଗାନ୍ଧୀଙ୍କ ନୂଆ ସିରିଜରେ ଜାରି ହୋଇଥିବା ଏହି ୨୦ ଟଙ୍କିଆ ନୋଟରେ ଉର୍ଜିତ ପଟେଲଙ୍କ ଦସ୍ତଖତ ବଦଳରେ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିବ |

{"id":107895,"width":579,"height":324}


ପୁରୁଣା ୨୦ ଟଙ୍କିଆ ନୋଟ ମଧ୍ୟ ପୂର୍ବ ଭଳି ଚାଲିବ ବୋଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଘୋଷଣା କରିଛନ୍ତି | ନୂଆ ନୋଟର ଆକାର ୬୩ ଏମଏମ*୧୨୯ ଏମଏମ ରହିବ | ବାକି ସବୁ ଫିଚର୍ସ ପୂର୍ବ ଭଳି ହିଁ ରହିବ |
ନୂଆ ୨୦ ଟଙ୍କିଆ ନୋଟର ରଙ୍ଗ ଟିକିଏ ହଳଦିଆ ଏବଂ ସବୁଜ ରଙ୍ଗ ମିଶାମିଶି ରହିବ | ନୋଟ ପଛପଟେ ଦେଶର ସଂସ୍କୃତିକୁ ଦର୍ଶାଉଥିବା ଏଲୋରା ଗୁମ୍ଫାର ଚିତ୍ର ରହିବ |

{"id":107896}


ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗଣନା ଅନୁଯାୟୀ, ୨୦୧୬ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୨୦ ଟଙ୍କିଆ ନୋଟ ସଂଖ୍ୟା ୪.୯୨ କୋଟି ଥିଲା | ୨୦୧୮ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ସଂଖ୍ୟା ବଢି ୧୦ କୋଟି ହୋଇଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.