ମୁମ୍ବାଇ ୫।୧୨ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ଙ୍କ ମୁଦ୍ରା ନୀତି ସମିତି (ଏମପିସି) ବଜାର ଓ ଋଣିଙ୍କୁ ନିରାଶ କରିଛନ୍ତି । ଗୁରୁବାର ଆରବିଆଇ ନୀତି ସମୀକ୍ଷା କରିଥିବା ବେଳେ ରେପୋରେଟ ୫.୧୫%ରେ ଅପରିବର୍ତ୍ତିତ ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଫଳରେ ରେପୋ ହାର ୫.୧୫ ପ୍ରତିଶତରେ ସ୍ଥିର ରହିଛି। ତେବେ ଆରବିଆଇ ପୁଣି ଥରେ ରେଟ କଟ୍ କରିବେ ବୋଲି ଆଶା କରାଯାଉଥିବା ବେଳେ ଏମପିଏସି ଏଥିରେ ସହମତ ହୋଇ ନାହାନ୍ତି।
{"id":194093,"width":581,"height":309,"sizeSlug":"large"}ପୂର୍ବରୁ ରୋପେ ହାରରେ ୧.୩୫ ପ୍ରତିଶତ ହ୍ରାସ ହୋଇ ସାରିଛି। ଗତ ୧୦ ବର୍ଷରେ ରୋପୋ ହାରର ଏହା ସର୍ବନିମ୍ନ ସ୍ତର ହୋଇଥିବା ବେଳେ ବର୍ତ୍ତମାନ ବିକାଶ ଓ ମୁଦ୍ରାସ୍ପତିକୁ ଦେଖି ଏଥିରେ ହ୍ରାସ ଅଥବା ବୃଦ୍ଧି କରାଯାଇ ନାହିଁ। ୨୦୧୯-୨୦ ଆର୍ଥିକ ବର୍ଷରେ ବାସ୍ତବ ଜିଡିପି ଅଭିବୃଦ୍ଧି ଅନୁମାନ ୬.୧ ପ୍ରତିଶତରୁ ୫ ପ୍ରତିଶତକୁ ଖସିଆସିଛି। ତେବେ ଏମପିସିଙ୍କ ଏହି ନିଷ୍ପତ୍ତିର ସିଧା ପ୍ରଭାବ ଗୁରୁବାର ବଜାରରେ ଦେଖିବାକୁ ମିଳିଛି।
{"id":194094,"sizeSlug":"large"}ପୂର୍ବାହ୍ନରେ ଆରବିଆଇଙ୍କ ନୀତି ଘୋଷଣା ପରେ ବଜାରରେ ହ୍ରାସ ଆରମ୍ଭ ହୋଇଯାଇଛି। ତେବେ ଆର୍ଥିକ ଗତିବିଧି କମଜୋର ରହିବା ଯୋଗୁ ଆଉଟପୁଟ ମଧ୍ୟ କମଜୋର ଥିବା ଏମପିସି କହିଛନ୍ତି। ଅର୍ଥବ୍ୟବସ୍ଥାକୁ ଗତି ଦେବା ଲାଗି ଆରବିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ତେବେ ଅର୍ଥବ୍ୟବସ୍ଥା ସପକ୍ଷରେ ସରକାର ନେଇଥିବା ପଦକ୍ଷେପର ପରିଣାମ ଆଗାମୀ ବର୍ଷ ବଜେଟ୍ ରେ ସ୍ପଷ୍ଟ ହୋଇଯିବ ବୋଲି ଏମପିସି କହିଛନ୍ତି।