Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ନୂଆ ବର୍ଷରେ ଅରବିଆଇର ନୂଆ ଉପହାର : ନୂଆ ବର୍ଷରେ ଲଞ୍ଚ ହେବ ନୂଆ ନୋଟ

25/12/2018 at 6:40 PM

ଦିଲ୍ଲୀ ୨୫/୧୨ : ନିକଟରେ ଅରବିଆଇ ଗଭର୍ନର ପଦବୀ ସମ୍ଭାଳିଛନ୍ତି ଓଡିଶାର ଶକ୍ତିକାନ୍ତ ଦାସ | ସୂଚନା ମୁତାବକ ଅରବିଆଇ ଶୀଘ୍ର ୨୦ ଟଙ୍କିଆ ନୂଆ ନୋଟ ଲଂଚ କରିବାକୁ ଯାଉଛି | ନୋଟକୁ ନେଇ ଏହା ତାଙ୍କର ଏକ ବଡ ପାଇଁ ନିଷ୍ପତ୍ତି ହେବ ବୋଲି ଆଶା କରାଯାଉଛି | ତେବେ ନୂଆ ୨୦ ଟଙ୍କିଆ ନୋଟ ପୁରୁଣା ୨୦ ଟଙ୍କିଆ ନୋଟ ଠାରୁ ଭିନ୍ନ ହେବ ବୋଲି ଶୁଣିବାକୁ ମିଳିଛି | ଏକ ନ୍ୟୁଜ ଏଜେନ୍ସି ସୂଚନା ଅନୁଯାୟୀ କେନ୍ଦ୍ରୀୟ ବ୍ୟାଙ୍କର ଏକ ଡକୁମେଣ୍ଟରେ ଏହି ସୂଚନା ଦିଆଯାଇଥିଲା | ତେବେ ସବୁଠାରୁ ମହତ୍ଵପୁର୍ଣ କଥା ହେଲା ନୂଆ ନୋଟ ଲଞ୍ଚ ହେବ ପରେ ମଧ୍ୟ ପୁରୁଣା ନୋଟ ଚାଲିବ | ପୁରୁଣା ନୋଟ ବନ୍ଦ ହେବନାହିଁ |


୧୦, ୫୦,୧୦୦,୨୦୦, ୫୦୦ ଏବଂ ୨୦୦୦ ହଜାର ଟଙ୍କିଆ ନୋଟର ରଙ୍ଗ ଭିନ୍ନ ଭିନ୍ନ ଭାବେ ବଦଳାଯାଇଛି | ମହାତ୍ମା ଗାନ୍ଧୀ ନ୍ୟୁ ସିରିଜ ହିସାବରେ ୨୦୧୬ ମସିହା ନଭେମ୍ବର ଠାରୁ ନୂଆ ନୋଟ ପ୍ରଚଳନ ହୋଇଥିଲା | ପୂର୍ବରୁ ଜାରି ହୋଇଥିବା ନୋଟ ତୁଳନାରେ ନୂଆ ନୋଟର ଆକାର ଏବଂ ରଙ୍ଗ ସମ୍ପୂର୍ଣ ଭିନ୍ନ |


ନିକଟରେ ପଦବୀ ସମ୍ଭଳିଥିବା ଅରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳରେ ନୋଟକୁ ନେଇ ଏହା ସବୁଠାରୁ ବଡ ନିଷ୍ପତ୍ତି ହେବ ବୋଲି ଆଶା କରାଯାଉଛି | ଶକ୍ତିକାନ୍ତ ଦାସଙ୍କ ପୂର୍ବରୁ ଅରବିଆଇ ଗଭର୍ନର ଥିଲେ ଉରଜିତ ପଟେଲ | ତେବେ କାର୍ଯ୍ୟକାଳ ପୁରା ହେବ ପୂର୍ବରୁ ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ |

   Related Posts