ଏଟିଏମ ସମ୍ପର୍କରେ ଆରବିଆଇର ବଡ଼ ନିଷ୍ପତ୍ତି: ଫେଲ୍‌ ଟ୍ରାନଜେକ୍ସନ ପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ଦେବ ଏତିକି ଟଙ୍କା କ୍ଷତିପୂରଣ…

Published By : Prameya-News7 Bureau | September 21, 2019 IST

ନୂଆଦିଲ୍ଲୀ୨୧|୯: ଏଟିଏମ ମାଧ୍ୟମରେ ଟଙ୍କା ନେଣଦେଣ କରୁଥିବା ଗ୍ରାହକଙ୍କ ପାଇଁ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ବଡ଼ ନିଷ୍ପତ୍ତି ନେଇଛି। ଅଧିକାଂଶ ସମୟରେ ଏଟିଏମରେ ଟ୍ରାଞ୍ଜାକ୍ସନ ଫେଲ (transaction fail) ହୋଇଯାଇଥାଏ। ଯାହାଫଳରେ ଆକାଉଣ୍ଟରୁ ଟଙ୍କା  ଡେବିଟ ହୋଇଯାଇଥାଏ। ଆକାଉଣ୍ଟରୁ ଡେବିଟ୍ ହୋଇଥିବା ଟଙ୍କା ଏଟିଏମରୁ ବାହାରି ନଥାଏ। ଗ୍ରାହକଙ୍କ ଏହି ସମସ୍ୟାକୁ ଲକ୍ଷ୍ୟକରି ଆରବିଆଇ ଏହି ନିଷ୍ପତ୍ତି ନେଇଛନ୍ତି।

ଆରବିଆଇ ନିୟମ ଅନୁସାରେ, ଗ୍ରାହହଙ୍କ ଆକାଉଣ୍ଟରୁ ଡେବିଟ ହୋଇଥିବା ଟଙ୍କାକୁ କ୍ରେଡିଟ୍‌ କରିବା ପାଇଁ ଟର୍ନ ଆରାଉଣ୍ଡ ଟାଇମ(TAT) ବା ଏକ ନିଦ୍ଧିଷ୍ଟ ଅବଧି ରହିବ। ଗ୍ରାହକଙ୍କ ଟ୍ରାଞ୍ଜାକ୍ସନ ଫେଲ୍ଡ ହେଲେ ନିଶ୍ଚିତ ଅବଧି ଭିତରେ ଆକାଉଣ୍ଟର ସେଟେଲମେଣ୍ଟ କରାଯିବ। ଆରବିଆଇ ଦ୍ବାରା ଧାର୍ଯ୍ୟ  ହୋଇଥିବା ସମୟ ମଧ୍ୟରେ ସେଟେଲମେଣ୍ଟ ନହୁଏ। ତେବେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ କ୍ଷତି ପୂରଣ(Compensation) ଦିଆଯିବ।

ଟ୍ରାଞ୍ଜାକ୍ସନ ଫେଲ୍ ଦ୍ବାରା ଡେବିଟ୍ ହୋଇଥିବା ଟଙ୍କା ୫ ଦିନ ଭିତରେ ଗ୍ରାହକଙ୍କ ଆକାଉଣ୍ଟରେ କ୍ରେଡିଟ୍ କରିଦିଆଯିବ।  ଗ୍ରାହକଙ୍କୁ ଟିଏଟି( ଟର୍ନ ଆରାଉଣ୍ଡ ଟାଇମ) ଅର୍ଥାତ ନିଶ୍ଚିତ ସମୟ ମଧ୍ୟରେ ଗ୍ରାହକଙ୍କ ଆକାଉଣ୍ଟରେ ଟଙ୍କା କ୍ରେଡିଟ ନହୁଏ। ତେ​‌ବେ ୫ ଦିନପରଠାରୁ ଦିନକୁ ୧୦୦ ଟଙ୍କା ଲେଖାଏଁ ହିସାବରେ ଗ୍ରାହକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଆରବିଆଇ ନିଷ୍ପତ୍ତି ନେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.