କରୋନାରେ ଅତ୍ୟାବଶକୀୟ ସାମଗ୍ରୀ ଦରଦାମ ବୃଦ୍ଧିନେଇ RBIଙ୍କ ଆଶଙ୍କା, ଜାଣନ୍ତୁ କାହିଁ ବଢିବ ମୂଲ୍ୟ

Published By : Prameya-News7 Bureau | April 27, 2021 IST

ନୂଆଦିଲ୍ଲୀ ୨୭।୪: ସାରା ଦେଶରେ ଏବେ କରୋନା ଦ୍ୱିତୀୟ ଲହର ବିତ୍ପାତ ରଚିଛି। ସଂକ୍ରମଣ ହାର ବୃଦ୍ଧି ସାଙ୍ଗକୁ  ହସ୍ପିଟାଲ ମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି। ଏପରି ପରିସ୍ଥିତି ଜାରି ରହିଲେ ଆଗକୁ ଅତ୍ୟାବଶକୀୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ହୋଇପାରେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମଙ୍ଗଳବାର ଆଶଙ୍କା ପ୍ରକଟ କରିଛନ୍ତି।

{"id":445245,"width":837,"height":502,"sizeSlug":"large","linkDestination":"none"}

ଯଦି ସଂକ୍ରମଣ ହାର ଏହି ଅନୁପାତରେ ବଢିବଢି ଚାଲେ ତେବେ ହୁଏତ ସରକାର ସାରା ଦେଶରେ ଲକଡାଉନ ଲାଗୁ କରିବାକୁ ବାଧ୍ୟ ହୋଇପାରନ୍ତି ବୋଲି ଆରବିଆଇ ଆଶଙ୍କା କରିଛନ୍ତି। ଯଦି ସରକାର ଶେଷ ପଦକ୍ଷେପ ନିଅନ୍ତି ତେବେ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହେବ। ଚାହିଦା ଓ ଯୋଗାଣ ପ୍ରଭାବିତ ହେଲେ ବଜାର ଦର ବଢିବା ଥୟ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଇକୋ ଷ୍ଟେଟରେ କହିଛନ୍ତି।

{"id":445246,"sizeSlug":"large","linkDestination":"none"}

ସମୟ ପୂର୍ବରୁ ଯଦି କରୋନା ଆୟତ୍ତ କରିବାରେ ସରକାର ବିଫଳ ହେଲେ ବିଭିନ୍ନ ସାମଗ୍ରୀ ଚାଲାଣ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ। ଏହାର ପ୍ରଭାବ ଯୋଗାଣ ଶୃଙ୍ଖଳା ଉପରେ ପଡିବା ଯୋଗୁ ଇନ୍ଧନ ମୁଦ୍ରାସ୍ପିତି ବଢିବ। ଫଳରେ ଅତ୍ୟାଧିକ ତୈଳ ଦର ଲାଗି ଦେଶରେ ମୁଦ୍ରାସ୍ପିତି ବୃଦ୍ଧି ହେବ ବୋଲି ଆରବିଆଇ ଆକଳନ କରିଛନ୍ତି। ଆରବିଆଇଙ୍କ ତଥ୍ୟ ଅନୁସାରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ମାର୍ଚ୍ଚ ମାସରେ ୫.୫ ପ୍ରତିଶତ ଥିଲା। ଏହା ପୂର୍ବ ମାସରେଏହି ହାର ୫ ପ୍ରତିଶତ ପର୍ଯ୍ୟନ୍ତ ସୀମିତ ଥିବାବେଳେ ଖାଦ୍ୟ ଓ ଇନ୍ଧନ ମୂଲ୍ୟ ବୃଦ୍ଧି ହୋଇଥିଲା। ତେବେ ମେ ମାସରେ ମୁଦ୍ରାସ୍ପିତ ଆହୁରି ଅଧିକ ହୋଇପାରେ ବୋଲି ଆରବିଆଇ ଆକଳନ କରିଛନ୍ତି। କାରଣ ଲଗାତାର କରୋନା ସଂକ୍ରମଣ ବୃଦ୍ଧି ରାଜଧାନୀ ଦିଲ୍ଲୀରେ ଲକଡାଉନ ଜାରି ହୋଇଛି। ଏହା ପୂର୍ବରୁ ଦେଶର ଅନେକ ସ୍ଥାନରେ ନାଇଟ୍ କର୍ଫ୍ୟୁ, ୱିକେଣ୍ଡର ସଟଡାଉନ ଆଦି ହେଉଥିଲା। ଏଥିରେ ମହାରାଷ୍ଟ୍ର ଲକଡାଉନ ସପ୍ଲାଇ ଚେନ୍‌କୁ ଗୁରୁତର ପ୍ରଭାବିତ କରିଛି। ଏଣୁ ମୂଲ୍ୟ ବୃଦ୍ଧିର ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.