୨୦୦୦ ଟଙ୍କିଆ ନୋଟ୍ ଛପା ବନ୍ଦ କଲା ରିଜର୍ଭ ବ୍ୟାଙ୍କ, କାହିଁକି ଜାଣନ୍ତୁ

Published By : Prameya-News7 Bureau | October 27, 2019 IST

ନୂଆଦିଲ୍ଲୀ୨୭|୧୦: ୨୦୦୦ ଟଙ୍କିଆ ନୋଟ୍ ଛପା ବନ୍ଦ କଲା ରିଜର୍ଭ ବ୍ୟାଙ୍କ। ନୋଟ୍‌ ବନ୍ଦୀ ପରେ ରିଜର୍ଭ ବ୍ୟାଙ୍କ ଏହି ନୂଆ ନୋଟ୍‌ ବଜାରକୁ ଛାଡ଼ିଥିଲା। ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷରେ ୨୦୦୦ ଟଙ୍କିଆ ନୋଟ୍‌ ଛପା ହୋଇ ନାହିଁ। ବିଭିନ୍ନ କାରଣରୁ ୨୦୦୦ ଟଙ୍କିଆ ନୋଟ୍‌ ଛପା ବନ୍ଦ ହୋଇଛି । ବ୍ଲାକ ମନି ଓ ନକଲି ନୋଟ୍‌ର କାରବାର୍ ଯୋଗୁଁ ୨୦୦୦ ଟଙ୍କିଆ ନୋଟ୍ ଛପା ବନ୍ଦ ହୋଇଥିବା କଥା କୁହାଯାଉଛି।

{"id":175612}

କିଛି ମାସ ତଳେ ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ଯେ ପାକିସ୍ତାନରୁ ବହୁ ମାତ୍ରାରେ ୨୦୦୦ ଟଙ୍କିଆ ନକଲି ନୋଟ୍ ଭାରତ ବଜାରରେ ପହଞ୍ଚିଛି। ଏନେଇ ସରକାର ମଧ୍ୟ ବହୁ ଖୋଳତାଡ଼ କରିଥିଲା। ଏହି ସବୁ କାରଣରୁ ରିଜର୍ଭ ବ୍ୟାଙ୍କ ୨୦୦୦ ହଜାର ଟଙ୍କିଆ ନୋଟ ଛପା ବନ୍ଦ କରିଛି

ସୂଚନାଯୋଗ୍ୟ ଯେ ୨୦୧୬ ମସିହାରେ ଭାରତ ସରକାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦ କରିଥିଲା। ପରବର୍ତ୍ତୀ ସମୟରେ ରିଜର୍ଭ ବ୍ୟାଙ୍କ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ବାହାର କରିଥିଲା। ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍‌ ପର୍ଯ୍ୟାପ୍ତ ପରିମାଣରେ ଅଛି ବୋଲି ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.