Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ରାଜସ୍ୱ ନିଅଣ୍ଟ ମୁକାବିଲା ନିମନ୍ତେ RBIଙ୍କୁ ଟଙ୍କା ଛାପିବାକୁ ଅନୁମତି ନ ଦିଅନ୍ତୁ ସରକାର, ଜାଣନ୍ତୁ କ’ଣ କହିଛନ୍ତି ଅର୍ଥନୀତିଜ୍ଞ

4/07/2021 at 6:33 PM

ନୂଆଦିଲ୍ଲୀ ୪।୭:  ଭାରତର  ବର୍ତ୍ତମାନ ଆର୍ଥିକ ସ୍ଥିତି ନିଶ୍ଚିତ ରୂପେ କୋଭିଡ-୧୯ ପ୍ରଥମ ଲହର ତୁଳନାରେ ଭଲ ଅଛି। ଯେଉଁଭଳି ଆଶଙ୍କା କରାଯାଉଛି ଯଦି ତୃତୀୟ ଲହର ସେପରି ଭୟାବହ ନ ହୁଏ ତେବେ ଆଗକୁ ଦେଶର ଆର୍ଥିକ ପୁନରୁଦ୍ଧାର ଉତ୍ସାହଜନକ ରହିବ। ହେଲେ ଏବେକା ପରିସ୍ଥିତିରେ ଉଚ୍ଚ ମୁଦ୍ରାସ୍ପିତି ହାର  ନିଶ୍ଚିତ ରୂପେ ଚିନ୍ତାଜନକ। ଏଣୁ ମୁଦ୍ରାସ୍ପିତିକୁ ଏପରି ଏକ ସ୍ତରକୁ ଆଣିବାକୁ ହେବ ଯେଉଁଠି ଆମେ ସହଜରେ ଏହାର ପରିଚାଳନା କରିପାରିବା। ତେବେ ଦେଶର ରାଜସ୍ୱ ନିଅଣ୍ଟ ମୁକାବିଲା ଲାଗି ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କୁ ଟଙ୍କା ଛାପିବା ଲାଗି ନିର୍ଦ୍ଦେଶ ଦେବା ଉଚିତ ହେବନି ବୋଲି କହିଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ ପବ୍ଲିକ ଫାଇନାନ୍ସ ଏଣ୍ଡ ପଲିସି( ଏନଆଇପିଏଫପି)ଙ୍କ ନିର୍ଦ୍ଦେଶକ ପିନାକୀ ଚକ୍ରବର୍ତ୍ତୀ।

ଏକ ସାକ୍ଷାତକାରରେ ଚକ୍ରବର୍ତ୍ତୀ କହିଛନ୍ତି ଯେ କରୋନା ଜନିତ ପରିସ୍ଥିତିରେ ରାଜସ୍ୱ ନିଅଣ୍ଟ ଭରାଣା ପାଇଁ ଆରବିଆଇଙ୍କୁ ଅଧିକ ନୋଟ ଛପାଇବାକୁ ନିର୍ଦ୍ଦେଶ ଦେବାକୁ ଏବେ ବିଭିନ୍ନ ସ୍ତରରୁ ଦାବି ହେଉଛି। ତେବେ ଏ ବାବଦେ ସରକାର ଏ ପର୍ଯ୍ୟନ୍ତ ବିଚାର ବି କରି ନାହାନ୍ତି, କି ହୁଏତ ଆଗକୁ ସେପରି ବିଚାର କରି ନପାରନ୍ତି ବୋଲି ଚକ୍ରବର୍ତ୍ତୀ ଆଶାବ୍ୟକ୍ତ କରିଛନ୍ତି। ଏ ନେଇ ୧୯୯୬ ମସିହାରେ ଭାରତ ସରକାର ଓ ଆରବିଆଇଙ୍କ ମଧ୍ୟରେ ଏ ନେଇ ଏକ ରାଜିନାମା ମଧ୍ୟ ହୋଇଛି। ସରକାର ନିଜ  ଜବାବରୁ  ହଟିବେନି ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ତେବେ ମହାମାରୀ କାଳରେ ରୋଜଗାର ହରାଇଥିବା ଲୋକଙ୍କ ସହାୟତା ସମ୍ପର୍କରେ ପଚରା ଯିବାରୁ ଏହା ଏକ ସ୍ୱଭାବିକ ପ୍ରକ୍ରିୟା ବୋଲି ସେ କହିଛନ୍ତି। ଅର୍ଥ ବ୍ୟବସ୍ଥା ଭୂଷୁଡିବା କାଳରେ ଲୋକଙ୍କ ଜୀବିକା ଉଜୁଡିବା କିଛି ଅବାସ୍ତବ ନୁହେଁ। ଏଥିରେ ପ୍ରୋତ୍ସାହନର ଅର୍ଥ ହେଉଛି ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର। ତେବେ ପ୍ରୋତ୍ସାହନ କ୍ଷେତ୍ରର ପ୍ରକୃତିକୁ ମଧ୍ୟ ଆମକୁ ବୁଝିବାକୁ ପଡିବ ବୋଲି ସେ କହିଛନ୍ତି। ଏଥିରେ ଯଦି ଆମେ ବଜେଟ ପ୍ରୋତ୍ସାହନ କଥା କହିବା ଗତବର୍ଷ ଜିଡିପି ନିଅଣ୍ଟ ପରିମାଣ ମୋଟ ଜିଡିପିର ୯.୫ ପ୍ରତିଶତକୁ ପହଞ୍ଚିଥିଲା।  ଏଣୁ ଏ କ୍ଷେତ୍ରରେ ପ୍ରୋତ୍ସାହନର ପରିକଳ୍ପନାକୁ ସେ ଅବାସ୍ତବ ବୋଲି କହିଛନ୍ତି। ଏଣୁ ଉପଲବ୍ଧ ସୁବିଧାରେ ସରକାର ଏ ଦିଗରେ ପରିବର୍ତ୍ତନ ଲାଗି ପଦକ୍ଷେପ ନେବା ସବୁଠୁ ବୁଦ୍ଧିମାନର କାମ ହେବ ବୋଲି ସେ କହିଛନ୍ତି।  

   Related Posts