Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ

27/11/2021 at 1:37 PM

ନୂଆଦିଲ୍ଲୀ,୨୭/୧୧:  ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଉପରେ ଫାଇନ । ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ଉପରେ ଜରିମନା ଲଗାଇଛି । ବ୍ୟାଙ୍କିଂ ରେଗୁଲେସନ ଆକ୍ଟର କିଛି ନିୟମ ଇଲ୍ଲଙ୍ଘନ କରିଥିବାରୁ ଏହି ଫାଇନ ଲାଗିଛି ।

ଏସବିଆଇର ଭୁଲ କ’ଣ

ଆରବିଆଇ ଏସବିଆଇ ଉପରେ ୧ କୋଟିର ଫାଇନ ଲଗାଇଛି । ବ୍ୟାଙ୍କିଂ ଅଧିନିୟମ ୧୯୪୯ ଧାରା-୧୯ ଉଲ୍ଲଙ୍ଘନ ଅଭିଯୋଗ ଆଣିଛି ଆରବିଆଇ । ଆରବିଆଇ ସ୍ପଷ୍ଟ ଭାବେ କହିଛି ଯେ, ଜରିମନା ସହ ଗ୍ରାହକଙ୍କ ନେଣଦେଣର କୌଣସି ସମ୍ପର୍କ ନାହିଁ । ଅର୍ଥାତ ଗ୍ରାହକଙ୍କ ଜମାଖାତା ଉପରେ ଜରିମନା ରାଶିର କୌଣସୀ ପ୍ରଭାବ ପଡିବନି । ବ୍ୟାଙ୍କ ଜରିମନା ଦେବାକୁ ଗ୍ରାହକଙ୍କ ଖାତାରୁ ଟଙ୍କା କାଟିପାରିବ ନାହିଁ ।

ଆରବିଆଇ ୨୦୧୮ ମାର୍ଚ୍ଚ ୩୧ରୁ ୨୦୧୯ ମାର୍ଚ୍ଚ ୩୧ ଯାଏଁ ଆର୍ଥିକ ସ୍ଥିତି ଅନୁଧ୍ୟାନ ପାଇଁ ଯାଞ୍ଚ କରିଥିଲା ।ଯେଉଁଥିରେ କିଛି ଅନିୟମିତତା ଥିବା ଜଣା ପଡିଥିଲା । ଏସବିଆଇ ଆରବିଆଇରୁ ଲୋନ୍ ଆଣିବା ପାଇଁ ଅନ୍ୟ କମ୍ପାନୀର ସେୟାରକୁ ବନ୍ଧା ପକାଇଥିଲା । ଯାହା ବ୍ୟାଙ୍କିଂ ନିୟମର ଉଲ୍ଲଙ୍ଘନ କରୁଛି । ଏନେଇ ରିଜର୍ଭ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ସ୍ପଷ୍ଟୀକରଣ ମାଗିଥିଲା । କିନ୍ତୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ଜରିମନା ଲଗାଯାଇଛି ।

   Related Posts