RBI ମୁଦ୍ରାନୀତି ସମୀକ୍ଷା, ରେପୋ ରେଟ୍ ଅପରିବର୍ତ୍ତିତ

Published By : Prameya-News7 Bureau | April 07, 2021 IST

ନୂଆଦିଲ୍ଲୀ,୭|୪: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା । ଏଥର ରେପୋ ରେଟ୍ ଓ ରିଭର୍ସ ରେଟ୍ ଅପରିବର୍ତ୍ତିତ ରହିଛି । ରେପୋ ରେଟ୍ ୪ %ରେ ରିଭର୍ସ ରେପୋ ରେଟ୍ ୩.୩୫ % ଅପରିବର୍ତ୍ତିତ ରହିଛି । ଏହାସହ ୨୦୨୧-୨୨ ପାଇଁ ୧୦.୫ % ଜିଡିପି ବଢିବା ଅନୁମାନ କରାଯାଉଛି ।

ତେବେ ପୂର୍ବଭଳି  ୪ % ସୁଧହାରରେ ଆରବିଆଇରୁ ଋଣ ନେଇପାରିବେ ବାଣିଜ୍ୟିକ ବ୍ୟାଙ୍କ । ସମୀକ୍ଷା ପରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ କହିଛନ୍ତି କରୋନା କାଳରେ ଦେଶର ଅର୍ଥନୀତିରେ ସୁଧାର ଆସିଛି । ଯଦିଓ ବର୍ତ୍ତମାନ ସ୍ଥିତି ଗମ୍ଭୀର ଅଛି ତଥାପି ଚିନ୍ତାର କୌଣସି କାରଣ ନାହିଁ । ଦେଶ ବର୍ତ୍ତମାନ ସମସ୍ତ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାରେ ସକ୍ଷମ ଅଛି । ଗତ ଫେବୃୟାରୀରେ ବାର୍ଷିକ ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.