Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

RBIର ନିର୍ଦ୍ଦେଶ, ନୂଆ ଗ୍ରାହକଙ୍କୁ ମିଳିବ ନାହିଁ ମାଷ୍ଟରକାର୍ଡ

14/07/2021 at 9:33 PM

ନୂଆଦିଲ୍ଲୀ ୧୪/୭: କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମାଷ୍ଟରକାର୍ଡ ଏସିଆ/ପ୍ୟାସିଫିକ୍‌ ପିଟିଇ ଲିମିଟେଡ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୨୨ ଜୁଲାଇରୁ କାର୍ଡ ନେଟଓ୍ବର୍କରେ ନୂଆ ଘରୋଇ ଡେଭିଟ୍‌, କ୍ରେଡିଟ୍‌ ଏବଂ ପ୍ରିପେଡ୍‌ ଗ୍ରାହକଙ୍କୁ ସାମିଲ୍‌ କରିବାକୁ ରୋକ ଲଗାଇଛି ଆରବିଆଇ। ଏହାର ଅର୍ଥ କମ୍ପାନୀ ୨୨ ଜୁଲାଇରୁ ନିଜ କାର୍ଡ ନେଟଓ୍ବର୍କ​ରେ ନୂଆ ଗ୍ରାହକଙ୍କୁ ସାମିଲ କରିପାରିବ ନାହିଁ।

ଆରବିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି, ପର୍ଯ୍ୟାପ୍ତ ସମୟ ଦେବା ପରେ ମଧ୍ୟ ମାଷ୍ଟରକାର୍ଡ ଡାଟା ଭଣ୍ଡାରଣ ନିର୍ଦେଶ ପାଳନ ହେଉନାହିଁ । ଏହାକୁ ଦୃଷ୍ଟିରେ ରଖି ଆରବିଆଇ ପିଏସସ୍‌ ଅଧିନିୟମ ଧାରା ୧୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଆରବିଆଇର ଏହି ନିର୍ଦେଶ ଏବେର ମାଷ୍ଟରକାର୍ଡ ୟୁଜରଙ୍କୁ ପ୍ରଭାବିତ କରିବ ନାହିଁ। ନୂଆ ୟୁଜରଙ୍କୁ ଏବେ ମାଷ୍ଟରକାର୍ଡ କୌଣସି ବ୍ୟାଙ୍କ ଦେଇପାରିବେ ନାହିଁ। ମାଷ୍ଟରକାର୍ଡ ଆମେରିକା କମ୍ପାନୀ ହୋଇଥିବା ବେଳେ ଏହାର ମୁଖ୍ୟାଳୟ ନ୍ୟୁୟର୍କରେ ରହିଛି।  

   Related Posts