ପିଏମସି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆରବିଆଇ : ୬ମାସ ପର୍ଯ୍ୟନ୍ତ ମାତ୍ର ହଜାର ଟଙ୍କା ଉଠାଇପାରିବେ ଗ୍ରାହକ

Published By : Prameya-News7 Bureau | September 24, 2019 IST

 ନୂଆଦିଲ୍ଲୀ ୨୪/୯: ମୁମ୍ବାଇର ପଞ୍ଜାବ ଏଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ ବ୍ୟାଙ୍କ ଲିମି​‌ଟେଡ ଉପରେ ଆସନ୍ତା ୬ମାସ ପାଇଁ ପ୍ରତିବନ୍ଧକ ଲଗାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ପ୍ରତିବନ୍ଧକ ପରେ ବ୍ୟାଙ୍କ ନିଜ ଆକାଉଣ୍ଟଧାରୀଙ୍କୁ କହିଛି ଯେ ସେମାନେ ୬ମାସ ପାଇଁ ନିଜ ଆକାଉଣ୍ଟରୁ କେବଳ ହଜାର ଟଙ୍କା ହିଁ ଉଠାଇପାରିବେ। ଫଳରେ ଗ୍ରାହକଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗ୍ରାହକମାନେ ଏହାକୁ ବିରୋଧ କରି ଯୋଗେଶ୍ବରୀ ବ୍ରାଞ୍ଚରେ ଉତ୍ତେଜନା ସୃଷ୍ଟି କରିଛନ୍ତି। ଅନିୟମିତତା କାରବାର ଅଭିଯୋଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି।

ଆରବିଆଇ ଆଦେଶ ଦେଇଛି ଯେ ଆକାଉଣ୍ଟଧାରୀ ନିଜ ସେଭିଙ୍ଗ ଆକାଉଣ୍ଟ,କରେଣ୍ଟ ଆକାଉଣ୍ଟ କିମ୍ବା ଯେକୌଣସି ଆକାଉଣ୍ଟରୁ ୬ମାସ ଯାଏଁ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ। କେବଳ ଏତିକି ନୁହେଁ,ଏହି ବ୍ୟାଙ୍କ ଗ୍ରାହକଙ୍କୁ କୌଣସି ପ୍ରକାର ଲୋନ୍ ମଧ୍ୟ ଦେଇ ପାରିବ ନାହିଁ।

ସୂଚନା ଅନୁଯାୟୀ,ବ୍ୟାଙ୍କରେ ଗ୍ରାହକଙ୍କ ସାଢ଼େ ୧୧ହଜାର କୋଟି ଟଙ୍କା ଜମା ପଡ଼ିଛି। ଏଥିପାଇଁ ଗ୍ରାହକମାନେ ଚିନ୍ତିତ ହୋଇ ଉତ୍ତେଜନା କରିଛନ୍ତି। ଏହାର ବ୍ରାଞ୍ଚ ପଞ୍ଜାବ,ଦିଲ୍ଲୀ,ମହାରାଷ୍ଟ୍ର ଏବଂ ଗୋଆରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.