Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଅର୍ଥନୀତି ଉପରେ କରୋନା ଛାଇ : ଭାରତରେ ଏବେ ଭୟଙ୍କର ମାନ୍ଦାବସ୍ଥା, ଲଗାତର ଦ୍ୱିତୀୟ ତ୍ରୈମାସିକରେ ଜିଡିପି ହ୍ରାସ ଆଶଙ୍କା ନେଇ ଆରବିଆଇ ରିପୋର୍ଟ

12/11/2020 at 1:37 PM

ନୂଆଦିଲ୍ଲୀ, ୧୨|୧୧:  ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଅର୍ଥାତ ଜୁଲାଇରୁ ସେପ୍ଟେମ୍ବରରେ ଦେଶର ଘରୋଇ ଉତ୍ପାଦ ବା ଜିଡିପି ଗତ ବର୍ଷ ତୁଳନାରେ ୮.୬ ପ୍ରତିଶତ ଯାଏଁ କମ୍ ହୋଇପାରେ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଜଣେ ଅଧିକାରୀ ନିଜର ଏକ ରିପୋର୍ଟରେ ପୂର୍ବାନୁମାନ କରିଛନ୍ତି । ଏହି ରିପୋର୍ଟ ଆରବିଆଇର ମାସିକ ବୁଲେଟିନରେ ପ୍ରକାଶିତ ହୋଇଛି ।

ରିପୋର୍ଟ ଅନୁସାରେ, କରୋନା ଓ ଲକଡାଉନ୍ ପାଇଁ ଏପରି ସ୍ଥିତି ଉପୁଜିଛି । କୁହାଯାଉଛି ଯେ, ଲଗାତର ଦ୍ୱିତୀୟ ତ୍ରୈମାସିକରେ ଜିଡିପି ହ୍ରାସ ପାଇବା ଦ୍ୱାରା ଦେଶ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଘେରରେ ରହିଛି । ତେବେ ଭଲ କଥା ହେଉଛି ଯେ, ବିଭିନ୍ନ ଆର୍ଥିକ ଗତିବିଧି ଧିରେ ଧିରେ ଆରମ୍ଭ ହୋଇଛି । ଏପରିକି ଏହି ସ୍ଥିତି ଅତି ଶୀଘ୍ର ସୁଧୁରିବ ବୋଲି ରିପୋର୍ଟରେ ଆଶା ପ୍ରକଟ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ଓ ଲକଡାଉନର ପ୍ରଭାବ ପ୍ରଥମ ତ୍ରୈମାସିକ(ଏପ୍ରିଲରୁ ଜୁନ) ଉପରେ ପଡିଥିଲା । ସେହି ସମୟରେ ଜିଡିପି ୨୩.୯ ପ୍ରତିଶତ ଯାଏଁ ହ୍ରାସ ପାଇଥିଲା । ତେବେ ଦ୍ୱିତୀୟ ତ୍ରୈମାସିକର ଜିଡିପି ଦର ଏବେସୁଦ୍ଧା ଆସିନାହିଁ । କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କର କିଛି ଅଧିକାରୀ ତ୍ୱରିତ ଆକଳନରେ ଅନୁମାନ ଲଗାଇଛନ୍ତି ଯେ, ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକରେ ଜିଡିପି ୮.୬ ପ୍ରତିଶତ ଯାଏଁ କମ୍ ହୋଇପାରେ ।

ପ୍ରଥମ ଥର ପାଇଁ ଏପରି ସ୍ଥିତି

ଆରବିଆଇ ଅଧିକାରୀ  ପଙ୍କଜ କୁମାରଙ୍କ ତରଫରୁ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟ ଆରବିଆଇର ମାସିକ ବୁଲେଟିନରେ ପ୍ରକାଶିତ ହୋଇଛି ।ଏହି ରିପୋର୍ଟ ଅନୁସାରେ, ଭାରତ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଇତିହାସରେ ପ୍ରଥମ ଥର ଆର୍ଥିତ ଦୁସ୍ଥିତି ଦେଇ ଗତି କରିଛି । ଏପରି ସ୍ଥିତି ଦ୍ୱିତୀୟ ତ୍ରୈମାସିକରେ ମଧ୍ୟ ଲାଗି ରହିପାରେ ।

ପୂର୍ବରୁ ଆରବିଆଇ ଅନୁମାନ କରିଥିଲା ଯେ, ଆର୍ଥିକ ବର୍ଷରେ ଜିଡିପି ଦର ୯.୫ ପ୍ରତିଶତ ହ୍ରାସ ପାଇପାରେ । କିନ୍ତୁ ରିପୋର୍ଟରେ କୁହାଯାଇଚି ଯେ, ପରିସ୍ଥିତି ଧିରେଧିରେ ସାଧାରଣ ହେବାରେ ଲାଗିଛି ।  ଫଳରେ ସ୍ଥିତି ଅତିଶୀଘ୍ର ସାଧାରଣ ହେବ ବୋଲି ଆଶା କରାଯାଇଛି ।

   Related Posts