Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଆରବିଆଇ ଦେଲା ଝଟକା- କମିଲା ନାହିଁ ରେପୋ ରେଟ୍‌, କମିବନି ସୁଧହାର କି ଇଏମ୍‌ଆଇ

6/02/2020 at 12:39 PM

ନୂଆଦିଲ୍ଲୀ୦୬।୦୧ – ଚଳିତ ବର୍ଷ ଆର୍‌ବିଆଇ ପକ୍ଷରୁ ରେପୋ ରେଟ୍‌ ହ୍ରାସ କରାଯାଇ ନାହିଁ । ଏବେ ରେପୋ ରେଟ୍‌ ୫.୧୫ ପ୍ରତିଶତ ଥିବାବେଳେ ଦ୍ୱିତୀୟଥର ପାଇଁ ଆରବିଆଇ ଏହାକୁ ପରିବର୍ତ୍ତନ କରି ନାହାନ୍ତି । ଆରବିଆଇ ଦ୍ୱିତୀୟ ମୁଦ୍ରା ସମୀକ୍ଷା ବୈଠକରେ ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖିଛନ୍ତି । ଏଥିଯୋଗୁଁ ସୁଧହାର ଓ ଇଏମ୍‌ଆଇ ହ୍ରାସ ପାଇବ ନାହିଁ ।

ଏହା ପୂର୍ବରୁ ଡିସେମ୍ବର ମାସରେ ଆର୍‌ବିଆଇ ରେପୋ ରେଟ୍‌ ହ୍ରାସ କରି ନଥିଲେ । ୨୦୧୯ ମସିହା ଆରମ୍ଭରେ ଆରବିଆଇ ନିଜର ମୁଦ୍ରା ସମୀକ୍ଷା ବୈଠକରେ ୫ ଥର ରେପୋ ରେଟ୍‌ ହ୍ରାସ କରିଥିଲେ ।

ଏବେ ରେପୋ ରେଟ୍‌ ୫.୧୫ ପ୍ରତିଶତରେ ସ୍ଥିର ରହିଛି । ଏହାସହ ରିଭର୍ସ ରେପୋରେଟ୍‌ ୪.୯୦ ପ୍ରତିଶତରେ ସ୍ଥିର ରହିଛି । ରିଜର୍ଭ ବ୍ୟାଙ୍କ କ୍ୟାଶ ରିଜର୍ଭ ରେସିଓ ବା ସିଆର୍‌ଆର୍‌କୁ ୪ ପ୍ରତିଶତ ଏସ୍‌ଏଲ୍‌ଆର୍‌କୁ ୧୮.୫ ପ୍ରତିଶତ ରଖିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ।

ରେପୋ ରେଟ୍‌ କ’ଣ ?


ରେପୋ ରେଟ୍‌ ଆରବିଆଇ ଅନ୍ୟ ବ୍ୟାଙ୍କମାନଙ୍କୁ ଦେଉଥିବା ଆର୍ଥିକ ସହାୟତା ବା ଋଣରେ ସୁଧହାର । ଏହି ଆଧାରରେ ବ୍ୟାଙ୍କମାନେ ନିଜ ଗ୍ରାହାକମାନଙ୍କ ଠାରୁ ସୁଧ ଆଦାୟ କରି ଥାଆନ୍ତି ।

   Related Posts