ଆତ୍ମ ନିର୍ଭର ହେବାକୁ ଚାହୁଁଥିଲେ ସରକାର ଦେଉଛନ୍ତି ୨୦ ଲକ୍ଷ ଟଙ୍କା ଋଣ, ଜାଣନ୍ତୁ ହିତାଧିକାରୀ ହେବାର ଉପାୟ

Published By : Prameya-News7 Bureau | July 28, 2019 IST

ନୂଆଦିଲ୍ଲୀ :  ବ୍ୟବସାୟ କରି ନିଜ ଗୋଡରେ ଛିଡା ହେବାକୁ ଚାହୁଁଥିବା ଲୋକଙ୍କ ନିମନ୍ତେ ସରକାର ଆଣିଛନ୍ତି ସୁବର୍ଣ୍ଣ ସୁଯୋଗ। ଏଥିନିମନ୍ତେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଛନ୍ତି। ଏହା ପୂର୍ବରୁ ଏହି ଋଣର ସର୍ବାଧିକ ସୀମା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା। ଏ ସମ୍ପର୍କରେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରି ସଂସଦରେ ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରଦାନ କରାଯାଉଥିବା ମୁଦ୍ରା ଋଣ ଯୋଜନାକୁ ଆରବିଆଇ କମିଟି ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବା କହିଛନ୍ତି ଗଡକରି ।

{"id":138327}

ଦେଶରେ ରୋଜଗାର ବୃଦ୍ଧି ନିମନ୍ତେ ନରେନ୍ଦ୍ର ମୋଦି ସରକାର ୨୦୧୫ ମସିହାରେ ପ୍ରଥମ କରି ମୁଦ୍ରା ଋଣ ଯୋଜନା ଆରମ୍ଭ କରିଥିଲେ। ଯେଉଁଥିରେ ନିଜର କାରବାର କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ସରକାର ବିନା ଗ୍ୟାରେଣ୍ଟିରେ ବ୍ୟାଙ୍କ ମାଧ୍ୟମରେ ଋଣ ଯୋଗାଇ ଦେଉଛନ୍ତି।  ଏହି ଯୋଜନାରେ ଏପର୍ଯ୍ୟନ୍ତ ଦେଶର ୧୯ କୋଟି ଲୋକ ଉପକୃତ ହୋଇଥିବା ସରକାର ସୂଚନା ଦେଇଛନ୍ତି। ନିଜ ଗୋଡରେ ନିଜେ ଛିଡା ହେବାକୁ ଚାହୁଁଥିବା ଲୋକଙ୍କୁ ୩ଟି କ୍ୟାଟୋଗରିରେ ଏହି ଋଣ ମିଳିପାରୁଛି।

{"id":138326}

ପ୍ରଥମ କ୍ୟାଟୋଗୋରୀ ଶିଶୁ ହୋଇଥିବା ବେଳେ ବ୍ୟାଙ୍କ ୫୦ ହଜାର ଟଙ୍କା ଋଣ ଦେଉଛନ୍ତି। ଦ୍ୱିତୀୟଟି କିଶୋର ଓ ତୃତୀୟଟି ତଋଣ ରହିଛି। କିଶୋର ବର୍ଗରେ ବ୍ୟାଙ୍କମାନେ ୫୦ରୁ  ୫ଲକ୍ଷ ଟଙ୍କା ଋଣ ଯୋଗାଇ ଦେଉଥିବା ବେଳେ ତରୁଣରେ ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରୁଛି। ପ୍ରାଧିକୃତ ବ୍ୟାଙ୍କସମେତ ଘରୋଇ କ୍ଷେତ୍ରର ବ୍ୟାଙ୍କମାନେ ମଧ୍ୟ ଏହି ଋଣ ସୁବିଧା ଉପଲବ୍ଧ କରାଉଛନ୍ତି। ଘରୋଇ କ୍ଷେତ୍ରର ଏକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ସିଟି ୟୁନିୟନବ୍ୟାଙ୍କ, ଫେଡେରାଲ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଏହି ଋଣ ଯୋଗାଇ ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.