ପେଟିଏମ୍ ଦେଲା ବଡ଼ ଉପହାର : ଏବେ ଗ୍ରାହକଙ୍କୁ ମିଳିବ ୨୪ଘଣ୍ଟା ଏହି ସୁବିଧା

Published By : Prameya-News7 Bureau | December 17, 2019 IST

ନୂଆଦିଲ୍ଲୀ ୧୭/୧୨: ଯଦି ଆପଣ ଡିଜିଟାଲ କମ୍ପାନୀ ପେଟିଏମର ଗ୍ରାହକ ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ରହିଛି। ପେଟିଏମ୍ ନିଜ ଗ୍ରାହକଙ୍କୁ ପ୍ରତି ଦିନ ୨୪ଘଣ୍ଟାର ଇଲେକ୍ଟୋନିକ୍ ଫଣ୍ଡ ଟ୍ରାନ୍ସଫର ସୁବିଧା ଦେବାର ଘୋଷଣା କରିଛି।

{"id":198894,"sizeSlug":"large"}

ଏହା ସହିତ ପେଟିଏମ୍ ୩ଟି ଉପାୟରେ ୨୪ଘଣ୍ଟା ଟଙ୍କା ଟ୍ରାନ୍ସଫର କରୁଥିବା ଏକମାତ୍ର ଆପ୍ ହୋଇଯାଇଛି। ପେଟିଏମରେ ୟୁପିଆଇ ଏବଂ ଆଇଏମପିଏସର ସୁବିଧା ପୂର୍ବରୁ ମିଳୁଛି।

{"id":198895,"sizeSlug":"large"}

୩ଟି ମାଧ୍ୟମ - ୟୁପିଆଇ, ଆଇଏମପିଏସ ଏବଂ ନେଫ୍ଟ ଜରିଆରେ ଗ୍ରାହକଙ୍କ ଯେକୌଣସି ସମୟରେ ଟଙ୍କା ଟ୍ରାନ୍ସଫର ହୋଇପାରିବ।

{"id":198898,"sizeSlug":"large"}

କେବଳ ଏତିକି ନୁହେଁ, ପେଟିଏମର ଗ୍ରାହକ ନେଫ୍ଟ ଜରିଆରେ ଥରକରେ ୧୦ଲକ୍ଷ ଟଙ୍କା ଟ୍ରାନ୍ସଫର କରିପାରିବେ। ଯଦି ଫୋନ୍ ପେ ଏବଂ ଗୁଗଲ ପ୍ଲେ ଭଳି ୟୁପିଆଇ କଥା କହିବା ତେବେ ଥରକରେ ୨ଲକ୍ଷ ଟଙ୍କା ଯାଏଁ ଟଙ୍କା ପଠାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.