ବ୍ୟାଙ୍କିଙ୍ଗ୍‌ ସେବାରେ ବଦଳିଯିବ ଏହି ନିୟମ- ୨୪ ଘଣ୍ଟା ଟଙ୍କା ପଠାଇବା ସୁବିଧା ହେବ

Published By : Prameya-News7 Bureau | December 15, 2019 IST

ନୂଆଦିଲ୍ଲୀ ୧୫।୧୨: ଡିସେମ୍ବର ୧୬ତାରିଖ ବା ସୋମବାର ଠାରୁ ବଦଳିଯିବ ବ୍ୟାଙ୍କ ନିୟମ । ଗୋଟିଏ ଖାତାରୁ ଅନ୍ୟଏକ ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର ଆହୁରି ସୁବିଧା ହୋଇଯିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଡିସେମ୍ବର ୧୬ ତାରିଖ ଠାରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ଏଣିକି NEFT ଜରିଆରେ ଆପଣ ୨୪ ଘଣ୍ଟିଆ ଟଙ୍କା ପଠାଇବାର ସୁବିଧା ମିଳିବ ।

{"id":198147,"sizeSlug":"large"}

ସୂଚନାଯୋଗ୍ୟ ଯେ, ଡିସେମ୍ବର ୧୬ ତାରିଖରୁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (RBI)ର ନୂଆ ନିୟମ ଅନୁସାରେ ୨୪ଘଣ୍ଟା NEFT ଜରିଆରେ ଟଙ୍କା ନେଣଦେଣ ହୋଇପାରିବ । ସପ୍ତାହକୁ ସାତ ଦିନରେ ୨୪ଘଣ୍ଟା  ଓ ଛୁଟି ଦିନରେ ମଧ୍ୟ ଆପଣ ଟଙ୍କା ନେଣଦେଣ କରିପାରିବେ । ଗୋଟିଏ ଥରରେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର କରାଯାଇପାରିବ ।

{"id":198148,"sizeSlug":"large"}

ଆସନ୍ତାକାଲି ଠାରୁ ଏହି ନିୟମ ଲାଗୁ ହେବ ବୋଲି RBI କହିଛି । ପୂର୍ବରୁ NEFT ଟ୍ରାଞ୍ଜାକ୍ସନ ସୁବିଧା ବ୍ୟାଙ୍କ ଖୋଲା ଦିନରେ ରହୁଥିଲା । ତାହା ପୁଣି ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଉପଲବ୍ଧ ରହୁଥିଲା  । କିନ୍ତୁ ଆସନ୍ତାକାଲି ଏହିଠାରୁ ଏହି ସେବା ୨୪ ଘଣ୍ଟା ମିଳିବ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶର ସମସ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି  ।

{"id":198146,"sizeSlug":"large"}

ଏହାସହ ଟଙ୍କା  ଦେଣନେଣରେ ଯେପରି କିଛି ଅସୁବିଧା ନହେବା ସେଥିପାଇଁ ଚାଲୁ ଖାତାରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ମଧ୍ୟ କୁହାଯାଇଛି । ପୂର୍ବରୁ ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡସ୍ ଟ୍ରାନ୍ସଫର (NEFT) ଟ୍ରାଞ୍ଜାକ୍ସନରେ ଲାଗୁଥିବା ଦେୟ ଛାଡ଼ କରାଯାଇଛି । RTGS ଟ୍ରାଞ୍ଜାକ୍ସନରେ ମଧ୍ୟ କୌଣସି ଫି ଲାଗିବ ନାହିଁ ।  କିନ୍ତୁ IMPS ଜରିଆରେ ହେଉଥିବା ଟଙ୍କା ଟ୍ରାନସ୍ପରରେ ବ୍ୟାଙ୍କ ଫି ନିଆଯାଉଛି । IMPS ହେଉଛି ଛୋଟ ଆକାରରେ ଟଙ୍କା ଦେଣନେଣ ପାଇଁ ବ୍ୟବହାର କରାଯାଇଥିବା ବେଳେ RTGS ଜରିଆରେ ବଡ ଆକାରର ଟଙ୍କା ଦେଣନେଇ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.