୧ ଜୁନରୁ ପ୍ରତି ଶନିବାର ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ଘଟଣା ପଛର ସତ୍ୟତା

Published By : Prameya-News7 Bureau | April 21, 2019 IST

ମୁମ୍ବାଇ ୨୧।୪: ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜୁନ ୧ ତାରିଖରୁ ବ୍ୟାଙ୍କ ସପ୍ତାହରେ ୫ ଦିନ ଖୋଲା ରହିବ ବୋଲି କୁହାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କର  ନିର୍ଦ୍ଦେଶରେ ଏଣିକି ବାଣିଜ୍ୟିକ ବ୍ୟାଙ୍କମାନଙ୍କ କାର୍ଯ୍ୟଦିବସ ସପ୍ତାହକୁ ୫ ଦିନ ହେବବୋଲି  ଖବର ପ୍ରସାରିତ ହେବା ପରେ ଲୋକେ ବ୍ୟାଙ୍କକୁ ଯାଇ ଏ ସମ୍ପର୍କରେ ପଚରା ଉଚରା କରୁଛନ୍ତି।  ଏଣୁ ରିଜର୍ଭ ବ୍ୟାଙ୍କ ଏ ନେଇ ଏକ ପ୍ରେସ୍ ନୋଟ୍ ଜାରି କରିଛନ୍ତି । ଯେଉଁଥିରେ ବ୍ୟାଙ୍କ ଏଭଳି କୌଣସି ନିର୍ଦ୍ଦେଶ ଜାରି କରିନଥିବା ସ୍ପଷ୍ଟ କରିଦେଇଛନ୍ତି ।

{"id":105817,"width":592,"height":273}

ଆରବିଆଇଙ୍କ ସୂଚନା ଅନୁସାରେ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଛୁଟିକୁ ନେଇ କୌଣସି ନିର୍ଦ୍ଦେଶନାମା ଜାରି ହୋଇ ନାହିଁ । ଶନିବାର ଓ ରବିବାର ଛୁଟି ରହୁଥିବା ସପ୍ତାହରେ ବ୍ୟାଙ୍କମାନଙ୍କ କାର୍ଯ୍ୟଦିବସ ୫ ଦିନ ରହିବ। ଏଣୁ ଭାଇରାଲ ହେଉଥିବା ଖବର ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି ଆରବିଆଇ।

{"id":105818}

ତେବେ ଖବର ଭାଇରାଲ ହେବାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ୨୦୧୫ ମସିହାରେ ଆରବିଆଇ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ନିମେନ୍ତ  ଏକ ସର୍କୁଲାର ଜାରି କରିଥିଲେ। ଯେଉଁଥିରେ ମାସର ଦ୍ବିତୀୟ ଓ ଶେଷ ଶନିବାର ବାଣିଜ୍ୟିକ ବ୍ୟାଙ୍କମାନଙ୍କର ବ୍ୟବସାୟୀକ କାର୍ଯ୍ୟ ଦିବସ ବନ୍ଦ କରାଯାଇଥିଲା। ସେହି ଅନୁସାରେ ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହୁଥିବା ବେଳେ ଅନ୍ୟ ଶନିବାରଗୁଡିକ ଯଥାବତ ଖୋଲା ରହୁଛି। ହେଲେ ସପ୍ତାହରେ ବ୍ୟାଙ୍କର କାର୍ଯ୍ୟଦିବସ ୫ ଦିନ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.