ଟଙ୍କା ଟ୍ରାନ୍ସଫର କରିଲେ ଆଜିଠୁ ଦେବାକୁ ପଡ଼ିବ ନାହିଁ ଏକ୍ସଟ୍ରା ଚାର୍ଜ : ଆରବିଆଇ ବଦଳିଲା ସମସ୍ତ ନିୟମ

Published By : Prameya-News7 Bureau | July 01, 2019 IST

ନୂଆଦିଲ୍ଲୀ ୧/୭: ଆଜିଠୁ ଟଙ୍କା ନେଣଦେଣ କରିବା ଶସ୍ତା ହୋଇଗଲା। ଆଜିଠାରୁ ଆରଟିଜିଏସ୍ ଏବଂ ନେଫ୍ଟ ସିଷ୍ଟମ ଜରିଆରେ ଫଣ୍ଡ ଟ୍ରାନ୍ସଫର୍ କରିବା ଶସ୍ତା ହୋଇଯାଇଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗତ ମାସରେ କହିଥିଲେ ଯେ ଏହିପରି ଟ୍ରାଞ୍ଜାକ୍ସନରେ ଏବେ କୈାଣସି ପ୍ରକାରର ଶୁଳ୍କ ଲଗାଯିବ ନାହିଁ। ରିଜର୍ଭ ବ୍ୟାଙ୍କ ଆରଟିଜିଏସ୍ ଏବଂ ନେଫ୍ଟ ସିଷ୍ଟମ୍ ଜରିଆରେ ହେଉଥିବା ଫଣ୍ଡ ଟ୍ରାନ୍ସଫରରେ ଆଜିଠୁ ସମସ୍ତ ପ୍ରକାର ଚାର୍ଜ ନଲଗାଇବାର ନିଷ୍ପତ୍ତି ଘୋଷଣା କରିଥିଲା।

{"id":129355}

ରିୟଲ ଟାଇମ୍ ଗ୍ରାସ୍ ସେଟଲମେଣ୍ଟ ସିଷ୍ଟମକୁ ତୁରନ୍ତ ବଡ଼ ରକମ ପଠାଇବା ପାଇଁ ଏବଂ ନ୍ୟାସନାଲ ଇଲେକ୍ଟୋନିକ୍ ଫଣ୍ଡସ୍ ଟ୍ରାନ୍ସଫର ସିଷ୍ଟମକୁ ୨ଲକ୍ଷ ଟଙ୍କା ଯାଏଁ ଫଣ୍ଡ ଟ୍ରାନ୍ସଫର୍ ପାଇଁ ବ୍ୟବହାର କରାଯାଇଥାଏ।

{"id":129356,"width":584,"height":332}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.