ବ୍ୟାଙ୍କ୍ ଖାତାଧାରୀଙ୍କୁ ରିଜର୍ଭ ବ୍ୟାଙ୍କ୍ କଲା ସତର୍କ ! ୨୩ ମେ'ରେ ଅନଲାଇନ୍ ଟଙ୍କା ଟ୍ରାନ୍ସଫର୍ ପୂର୍ବରୁ ରୁହନ୍ତୁ ସାବଧାନ, ଜାଣନ୍ତୁ ସବୁକିଛି

Published By : Prameya-News7 Bureau | May 17, 2021 IST

ନୂଆଦିଲ୍ଲୀ, ୧୭|୦୫: ଡିଜିଟାଲ ଟ୍ରାଞ୍ଜାକ୍ସନ କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ସୂଚନା ପ୍ରଦାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ । ଏହାସହ କୋଟିକୋଟି ଗ୍ରାହକଙ୍କ ପାଇଁ ଆଲର୍ଟ ଜାରି କରାଯାଇଛି । ମେ ୨୩ ତାରିଖରେ କିଛି ଘଣ୍ଟା ପାଇଁ ଏନଇଏଫଟି ସର୍ଭିସ କାମ କରିବ ନାହିଁ । ଯଦି ଏହି ସମୟରେ କିଛି ନେଣଦେଣ କରିବାର ଅଛି ତେବେ ଆଗୁଆ କାମ ସାରିଦେବାକୁ ଆରବିଆଇ ଟ୍ୱିଟ୍ କରି କହିଛି ।

ଏନଇଏଫଟି ହେଉଛି ଏକ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର୍ ସିଷ୍ଟମ । ଏହାଦ୍ୱାରା ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ଟଙ୍କା ପଠାଯାଏ । ଏହାଦ୍ୱାରା ଗ୍ରାହକ ଗୋଟିଏ ମିନିଟରେ ଟଙ୍କା ଟ୍ରାନ୍ସଫର୍ କରିପାରିବେ । ଯେପରି ମେ ୨୩ରେ ଗ୍ରାହକ ଅସୁବିଧାର ସାମ୍ନା ନକରିବେ ତାକୁ ନଜରରେ ରଖି ଆରବିଆଇ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ଟ୍ୱିଟରେ ଲେଖାଯାଇଛି ଯେ, ମେ ୨୨ରେ ବ୍ୟାଙ୍କ୍ କାର୍ଯ୍ୟ ଶେଷ ହେବା ପରେ ଟେକନିକାଲ ଅପଗ୍ରେଡେସନ୍ ପାଇଁ ମେ ୨୩ ୦୦.୦୧ରୁ ଦିନ ୨ଟା ଯାଏଁ ଏନଇଏଫଟି କାମ କରିବ ନାହିଁ । କିନ୍ତୁ ଆରଟିଜିଏସ ସୁବିଧା ସୂଚାର ରୂପେ କାମ କରିବା ।

ସୂଚନାଯୋଗ୍ୟ, ଏନଇଏଫଟି ଫଣ୍ଡ୍ ଟ୍ରାନ୍ସଫର୍ ପାଇଁ କୌଣସି ଲିମିଟ୍ ନାହିଁ । ଏଥିରେ ଆପଣ ନିଜ ଇଚ୍ଛା ଅନୁସାରେ ଅର୍ଥରାଶି ଟ୍ରାନ୍ସଫର୍ କରିପାରିବେ । ଏହା ବ୍ୟତୀତ ଗ୍ରାହକ ଆଇଏମପିଏସର ବ୍ୟବହାର କରି ଟଙ୍କା ଟ୍ରାନ୍ସଫର୍ କରିପାରିବେ । ଆରଟିଜିଏସ ଦ୍ୱାରା ଏକସଙ୍ଗେ ୨ ଲକ୍ଷ ଟଙ୍କାରୁ କମ୍ ଟଙ୍କା ଟ୍ରାନ୍ସଫର୍ କରିପାରିବେ ନାହିଁ। ଏହା ବିଭିନ୍ନ ବ୍ୟାଙ୍କ୍‌ରେ ଭିନ୍ନଭିନ୍ନ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.