Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଦେଶର ଅର୍ଥବ୍ୟବସ୍ଥା ବହୁତ ଖରାପ, ସୁଧୁରିବାକୁ ଲାଗିପାରେ ଅନେକ ବର୍ଷ: ଆରବିଆଇ ଗଭର୍ଣ୍ଣର

5/06/2020 at 9:03 PM

ନୂଆଦିଲ୍ଲୀ ୦୫।୦୬: ରିଜର୍ଭ ବ୍ୟାଙ୍କ ମନିଟରୀ ପଲିସି କମିଟିର ବୈଠକ ଆଜି ସମାପ୍ତ ହୋଇଛି। ବୈଠକ ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଦେଶର ଅର୍ଥବ୍ୟବସ୍ଥା ଉପରେ କରୋନାର ପ୍ରଭାବ ଅନୁମାନଠୁ ଅଧିକ ପଡିଛି। ଆଶାଠୁ ଅଧିକ ଖରାପ ରହିଛି ଅର୍ଥବ୍ୟବସ୍ଥା। ଏହାକୁ ସଜାଡିବାରେ ଅନେକ ବର୍ଷ ଲାଗି ଯାଇପାରେ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।

ରିଜର୍ଭ ବ୍ୟାଙ୍କର ମନିଟରୀ ପଲିସି କମିଟି(MPC)ର ବୈଠକ ପ୍ରତି ଦୁଇ ମାସରେ ହୋଇଥାଏ। ପ୍ରସ୍ତାବିତ ବୈଠକ ଜୁନ ୩ ରୁ ୫ ମଧ୍ୟରେ ଥିଲା। ମାତ୍ର ଅବସ୍ଥାକୁ ଦୃଷ୍ଟିରେ ରଖି ମେ ୨୦-୨୨ ମଧ୍ୟରେ ବୈଠକ ଆୟୋଜିତ ହୋଇଥିଲା। ସେହି  ବୈଠକରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ଓ ରିଭର୍ସ ରେପୋ ରେଟ୍‌ ୪୦-୪୦ ବେସିସ୍ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ।

ଶକ୍ତିକାନ୍ତ ଦାସ କହିଛନ୍ତି ଚାହିଦାରେ ଅହେତୁକ ହ୍ରାସ ଘଟିଛି। ଦେଶରେ ଦୁଇ ମାସରୁ ଅଧିକ ସମୟ ଲକ୍‌ଡାଉନ୍‌ରେ ରହିଲା। ଏମିତିରେ ଯୋଗାଣ ଏବଂ ଚାହିଦା ଗମ୍ଭୀର ଭାବେ ପ୍ରଭାବିତ ହେଲା। ଏବେ ଲକ୍‌ଡାଉନ୍‌ରେ କୋହଳ ଦିଆଯାଇଛି। ଏଥିରେ ଯୋଗାଣ କ୍ଷେତ୍ରରେ ସମସ୍ୟା ଧିରେ ଧିରେ ଦୂର ହେବ, କିନ୍ତୁ ଚାହିଦା କ୍ଷେତ୍ରରେ ସମସ୍ୟା ଜାରି ରହିବ।

ଏକ ମାତ୍ର କୃଷି କ୍ଷେତ୍ରରେ ହେବ ଅଭିବୃଦ୍ଧି

ଦାସ କହିଛନ୍ତି କୃଷି ଏକ ମାତ୍ର ସେକ୍ଟର, ଯେଉଁଠି ଅଭିବୃଦ୍ଧି ଦେଖିବାକୁ ମିଳିଛି। ଚଳିତ ବର୍ଷ ଭଲ ମୌସୁମି ବର୍ଷା ହେବାର ଅନୁମାନ କରାଯାଇଛି। ଏଥିରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ଘଟିବ। ଏହା ବ୍ୟତୀତ ଅନ୍ୟ ସବୁ ସେକ୍ଟର ସ୍ଥିତି ଖରାପ ରହିବ।

ନିକଟରେ ୨୦୧୯-୨୦ର ଚତୁର୍ଥ ତ୍ରୈମାସ (ଜାନୁଆରୀ-ମାର୍ଚ୍ଚ)ର ରିପୋର୍ଟ ଆସିଛି। ଏଥିରେ ପୂରା ଆର୍ଥିକ ବର୍ଷର ବିକାଶ ହାର ୧୧ ବର୍ଷର ସର୍ବନିମ୍ନ ସ୍ତର ୪.୨ ପ୍ରତିଶତ ରହିଛି। ଚତୁର୍ଥ ତ୍ରୈମାସରେ ଅଭିବୃଦ୍ଧି ହାର ୩.୧ ପ୍ରତିଶତ ରହିଛି।

   Related Posts