RBIଙ୍କ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ବୁଧବାର, ସାଧାରଣ ଲୋକଙ୍କୁ ମିଳିପାରେ ଆଶ୍ୱସ୍ତି

Published By : Prameya-News7 Bureau | October 06, 2020 IST

ମୁମ୍ବାଇ ୬।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା (ଏମପିସି) ବୈଠକ ୭ ଅକ୍ଟୋବର ବୁଧବାର ଅନୁଷ୍ଠିତ ହେବ। ତିନି ଦିବସୀୟ ଏହି ବୈଠକ ନେଇ ମଙ୍ଗଳବାର ଆରବିଆଇ ସୂଚିତ କରିଥିବା ବେଳେ ମନିଟାରୀ କମିଟି ସଦସ୍ୟଙ୍କ ନିଯୁକ୍ତି ସରିଛି। ସରକାର ସୋମବାର ୩ ଜଣ ପ୍ରତିଷ୍ଠିତ ଅର୍ଥନୀତିଜ୍ଞଙ୍କୁ ରେଟ୍ ସେଟିଂ ମନିଟାରୀ କମିଟିର ସଦସ୍ୟ ନିଯୁକ୍ତ କରିଛନ୍ତି।

କମିଟିରେ ପିଏମଇଏସି ସଦସ୍ୟ ଅସୀମା ଗୋୟଲ ସ୍ଥାନ ପାଇଥିବା ବେଳେ ନ୍ୟାସନାଲ କାଉନସିଲ ଫର ଆଫ୍ଲାଏଡ ଇକୋନମିକ୍ସ ରିସର୍ଚ୍ଚର ବରିଷ୍ଠ ଆଡଭାଇଜର ଶଶାଙ୍କ ଭିଡେ ଓ ଆଇଆଇଏମ ଅହମ୍ମଦାବାଦର ପ୍ରଫେସର ଜୟନ୍ତ ଆର.ବର୍ମାଙ୍କୁ ନିଯୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନରେ ମନ୍ତ୍ରିମଣ୍ଡଳ ନିଯୁକ୍ତି ସମିତି ସଦସ୍ୟଙ୍କ ନିଯୁକ୍ତିରେ ସ୍ୱୀକୃତି ମଧ୍ୟ ଦେଇଛନ୍ତି। ପୂର୍ବରୁ ଏମପିସି ବୈଠକ ୧ ଅକ୍ଟୋବରରୁ ଆରମ୍ଭ ହେବାର ଥିଲା ତେବେ ସଦସ୍ୟଙ୍କ ନିଯୁକ୍ତି ଲାଗି ଆରବିଆଇଙ୍କ ବୈଠକ ବିଳମ୍ବିତ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.