ମୁଦ୍ରାସ୍ପିତି ନିୟନ୍ତ୍ରଣ ଲାଗି ପୁଣି ସୁଧହାର ହ୍ରାସ କରିପାରନ୍ତି RBI,ଜୋର ଧରୁଛି ଲୋନ୍ ରିଷ୍ଟ୍ରକ୍ଚରିଂ ଦାବି

Published By : Prameya-News7 Bureau | July 26, 2020 IST

ମୁମ୍ବାଇ ୨୬।୭:  ଦେଶରେ କରୋନା ଭାଇରସ ମହାମାରୀ ଯୋଗୁ ଅର୍ଥବ୍ୟବସ୍ଥାରେ ଉପୁଜିଥିବା ସଂକଟ ଦୂର ନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପୁଣି ଥରେ ରେପୋରେଟ ସୁଧାର କରିପାରିନ୍ତି। ଅଗଷ୍ଟ ୪ ତାରିଖରେ ମୁଦ୍ରାନୀତି ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ତିନି ଦିବସୀୟ ଏହି ବୈଠକରେ ହୁଏତ ରେପୋ ହାରରେ ଆଉ ୨୫ ବେଶିସ୍‌ ପଏଣ୍ଟ ହ୍ରାସ ଲାଗି ନିଷ୍ପତ୍ତି ହୋଇପାରେ ବୋଲି ଆକଳନ କରାଯାଉଛି।

ଅର୍ଥ ବ୍ୟବସ୍ଥାରେ ଉପୁଜିଥିବା ପରିସ୍ଥିତିରେ ମୁଦ୍ରାସ୍ପିତି ନିୟନ୍ତ୍ରଣ ଏବେ ଆରବିଆଇଙ୍କ ଲାଗି ସବୁଠୁ ବଡ ଆହ୍ୱାନ। ଏଣୁ ଆରବିଆଇ ରୋପେରେଟ୍ ହ୍ରାସ ଦ୍ୱାରା ମୁଦ୍ରିସ୍ପିତି ନିୟନ୍ତ୍ରଣ ଲାଗି ପଦକ୍ଷେପ ନେବାକୁ ହୁଏତ ନିଷ୍ପତ୍ତି ନେଇପାରନ୍ତି। ଆରବିଆଇ ବ୍ୟାଙ୍କମାନଙ୍କୁ ଯେଉଁ ସୁଧହାରରେ ଋଣ ଦିଅନ୍ତି ତାହା ରୋପୋହାର।  ଗତ ମାର୍ଚ୍ଚ ମାସରୁ ଆରବିଆଇ ଏହି ହାରରେ ୧.୧୫ ପ୍ରତିଶତ ହ୍ରାସ କରିସାରିଲେଣି। ଏବେ ଏଥିରେ ଆହୁରି ହ୍ରାସ ନିବେଶକ ଓ ସଞ୍ଚୟକାରୀଙ୍କ ଲାଗି ହୁଏ ଆଉ ଲାଭଜନକ ହୋଇ ନ ପାରେ। ତେବେ ପରିସ୍ଥିତିରେ ଏଥିରେ ସୁଧାର ବ୍ୟତୀତ ଅନ୍ୟ ରାସ୍ତା ମଧ୍ୟ ନାହିଁ।

ଗୋଟିଏପଟେ ଲକଡାଉନ, ସଟଡାଉନ୍‌ ଭଳି ନିଷ୍ପତ୍ତି ଦେଶରେ ବାରମ୍ବାର ଜାରି ହେଉଛି ଏଥିରେ ବଜାର ମୁଦ୍ରାସ୍ପିତି ବଢିବା ସ୍ୱଭାବିକ। ଖାଦ୍ୟଶଶ୍ୟ, ଡାଲି, ମାଛ,ମାଂସ ଦର ବୃଦ୍ଧି ଯୋଗୁ କଞ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ (ସିପିଆଇ) ଆଧାରରେ ଖୁଚୁରା ମୁଦ୍ରାସ୍ପିତି ଜୁନରେ ୬.୦୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ତେବେ ସରକାର ଏହି ହାରକୁ ୪ ପ୍ରତିଶତରେ ସୀମିତ ରଖିବା ଲାଗି ଆରବିଆଇଙ୍କ ଉପରେ ଚାପ ପକାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.