ବ୍ୟାଙ୍କ ସେବା କ୍ଷେତ୍ରରେ ନୀତି ଘୋଷଣା କରିବ ଆରବିଆଇ, ହ୍ରାସ ପାଇପାରେ ରେପୋରେଟ୍

Published By : Prameya-News7 Bureau | October 04, 2019 IST

ନୂଆଦିଲ୍ଲୀ ୪।୧୦: ଆଜି ବ୍ୟାଙ୍କ ସେବା କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ ତାଙ୍କର ନୀତି ଘୋଷଣା କରିବେ। ତେବେ ଏହା ଉପରେ ସାରା ଦେଶ ନଜର ରଖିଛି । କାରଣ ଆର୍ଥିକ ମାନ୍ଦାବସ୍ଥା ସମୟରେ ଅର୍ଥନୀତିରେ ସୁଧାର ଆଣିବା ଲାଗି ଆରବିଆଇ କି ପଦକ୍ଷେପ ନେଉଛି ତାହା ଗୁରୁତ୍ବ ବହନ କରିବ ।

ଶକ୍ତିକାନ୍ତ ଦାସଙ୍କ ଶକ୍ତି ପରୀକ୍ଷା। ଆର୍ଥିକ ମାନ୍ଦାବସ୍ଥା ସମୟରେ କେମିତି ଅର୍ଥନୀତିକୁ ଦେଉଛନ୍ତି ଗତି ।  ରିଜର୍ଭ ବ୍ୟାଙ୍କ ନିଜ ନୀତିରେ କି ପରିବର୍ତ୍ତନ ଆଣୁଛନ୍ତି । ତା ଉପରେ ରହିଛି ପୂରା ଦେଶର ନଜର ।  କାରଣ ଆଜି ରିଜର୍ଭ ବ୍ୟାଙ୍କ ଅର୍ଥନୀତିର ଘୋଷଣା କରିବ । ଅର୍ଥନୀତିଜ୍ଞମାନଙ୍କ ଆକଳନ ଆରବିଆଇ ୨୫ ବେସିସ ପଏଣ୍ଟରେ ରେପୋ ରେଟ୍ ହ୍ରାସ କରିପାରନ୍ତି । ରେପୋରେଟ ହୋଇପାରେ ୫ ଦଶମିକ ୧୫ ପଏଣ୍ଟ ।  କିଛି ବିଶେଷଜ୍ଞଙ୍କ ଆକଳନ ୪୦ ବେସିସ ପଏଣ୍ଟରେ  ସୁଧହାର ହ୍ରାସ କରାଯାଇପାରେ। ଯଦି ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ହ୍ରାସ କରନ୍ତି ତେବେ ଲଗାତର ପଞ୍ଚମ ଥର ପାଇଁ ଏଭଳି ପଦକ୍ଷେପ ନେବ ସର୍ବୋଚ୍ଚ ବ୍ୟାଙ୍କ । ଯାହାକି ବର୍ତ୍ତମାନ ସୁଦ୍ଧା ୧୧୦ ପଏଣ୍ଟ ରେପୋ ରେଟ୍ ହ୍ରାସ କରିସାରିଲାଣି ।

ସେହିପରି ରିଜର୍ଭ ବ୍ୟାଙ୍କ ମଧ୍ୟ କନଜ୍ୟୁମର ପ୍ରାଇସ ଇଣ୍ଡେକ୍ସ ୩.୫ରୁ ୩.୭ ମଧ୍ୟରେ ସୀମିତ ରଖିବା ଲାଗି ଚେଷ୍ଟା କରିବେ । ବର୍ତ୍ତମାନ ଦେଶ ସାରା ସାଧାରଣ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ହୋଇ ଚାଲିଛି। ସେହିପରି ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଓ ଉତ୍ତେଜନା ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ମଧ୍ୟ ଦେଖାଦେଇଛି ଅହେତୁକ ବୃଦ୍ଧି । ତେଣୁ ରିଜର୍ଭ ବ୍ୟାଙ୍କ ରେଟ୍ କମାଇଲେ ସାଧାରଣ ଲୋକଙ୍କୁ ବ୍ୟାଙ୍କମାନେ କମ୍ ସୁଧହାରରେ ଋଣ ଦେବେ ତେଣୁ ଲୋକେ ଉପକୃତ ହୋଇପାରନ୍ତି ।  ଯାହାର ପ୍ରଭାବ ହୁଏତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ପଡ଼ିପାରେ।

ପୂର୍ବରୁ ସରକାର କର୍ପୋରେଟ ଟ୍ୟାକ୍ସ ହ୍ରାସ କରିସାରିଛନ୍ତି। ଯାହାକି ବ୍ୟବସାୟ କ୍ଷେତ୍ରରେ ପ୍ରଭାବ ପକାଇଛି। ସେହିପରି ଆୟକର କ୍ଷେତ୍ରରେ କିଛି ରିହାତି ଦେବା ଲାଗି ଆଭାସ ଦେଇଛନ୍ତି କେନ୍ଦ୍ର ସରକାର। ଯାହାକି ଲୋକଙ୍କ ପାଇଁ ହେବ ଦୀପାବଳି ଭେଟିହେବ। ଏବଂ ରିଜର୍ଭ ବ୍ୟାଙ୍କ କେଉଁ ନୀତି ଘୋଷଣା କରୁଛନ୍ତି ତାହାର ପ୍ରଭାବ ସେୟାର ବଜାର ଉପରେ ମଧ୍ୟ ପଡ଼ିବା ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.