Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଚିରା ଫଟା ନୋଟ୍ ପାଇଁ ଆରବିଆଇର ନୂଆ ନିୟମ ; ଜାଣନ୍ତୁ କେମିତି ବଦଳାଇବେ

10/09/2018 at 4:59 PM

ନୂଆଦିଲ୍ଲୀ ୧୦|୯: ଆରବିଆଇ ଚିରା ଫଟା ନୋଟ୍ ବଦଳାଇବା ପାଇଁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ନୋଟ୍ ରିଫଣ୍ଡ) ନିୟମ ୨୦୦୯ରେ କେତେକ ଗୁରୁତ୍ବପୂର୍ଣ୍ଣ ସଂଶୋଧନ କରିଛି । ଏହି ନୂଆ ନିୟମ ସେପ୍ଟେମ୍ବର ୬ତାରିଖରୁ ଲାଗୁ ହୋଇଛି । ଏହି ସଂଶୋଧନ ଏଥିପାଇଁ କରାଯାଇଛି ଯେ, ମହାତ୍ମା ଗାନ୍ଧି ସିରିଜର ନୂଆ ନୋଟ୍ ଜାରି କରିବା ପରେ ଗ୍ରାହକମାନେ ନୋଟ୍ କୁ ସହଜରେ ବଦଳାଇପାରିବେ । ଆରବିଆଇ ଦ୍ବାରା ଜାରି କରାଯାଇଥିବା ନୂଆ ନୋଟ୍ ର ଆକାର ପୁରୁଣା ନୋଟ୍ ତୁଳନାରେ ଛୋଟ । ସୂଚନା ଅନୁସାରେ ନୋଟ୍ ବଦଳାଇବାର ନିୟମ ଆରବିଆଇ ଆକ୍ଟର ଧାରା ୨୮ ଅନ୍ତର୍ଗତ ଥିଲା । ଏଥିରେ ନୋଟବନ୍ଦୀ ପୂର୍ବରୁ ହିଁ ଚିରା ଫଟା ନୋଟ୍ ବଦଳାଇବା ନିୟମ ଥିଲା ।
ନିୟମ ଅନୁସାରେ ଗ୍ରାହକମାନେ ଦେଶବ୍ୟାପୀ ଆରବିଆଇ କାର୍ଯ୍ୟାଳୟ ଏବଂ ବ୍ୟାଙ୍କ ଶାଖାଗୁଡିକରେ ଚିରା ଫଟା ଅଥବା ବିକୃତ ନୋଟ୍ ଗୁଡିକୁ ବଦଳାଇପାରିବେ ।

ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ନୋଟ୍ ବନ୍ଦୀ ନିଷ୍ପତ୍ତି ପରେ ଆରବିଆଇ ପକ୍ଷରୁ ୨୦୦୦, ୫୦୦, ୨୦୦, ୫୦ ଏବଂ ୧୦ଟଙ୍କିଆ ନୂଆ ନୋଟ୍ ଜାରି କରାଯାଇଥିଲା । ମାତ୍ର ଆକାରରେ ପ୍ରାର୍ଥକ୍ୟ କାରଣରୁ ଏହି ନୂଆ ନୋଟ୍ ଆରବିଆଇର ନୋଟ୍ ରିଫଣ୍ଡ ରୁଲ୍ ୨୦୦୯ ଭିତରେ ଆସୁନଥିଲା ।

ଆରବିଆଇ ପକ୍ଷରୁ କୁହାଯାଇଛି ୫୦ହଜାର କିମ୍ବା ତାଠାରୁ ଅଧିକ ମୂଲ୍ୟର ଚିରା ଫଟା ନୋଟ୍ କୁ ନେଇ ମହତ୍ବପୂର୍ଣ୍ଣ ସଂଶୋଧନ କରାଯାଇଛି । ବଦଳିଥିବା ନିୟମ ଅନୁସାରେ ଯଦି ନୋଟ୍ ୪୦ପ୍ରତିଶତରୁ ଅଧିକ ଭଲଥିବ ତାହେଲେ ସମ୍ପୂର୍ଣ୍ଣ ଫେରସ୍ତ ମିଳିବ । ଆରବିଆଇ ୨୦୦୦ ଟଙ୍କିଆ ଚିରା ଫଟା ନୋଟ୍ ଉପରେ ଥିବା ନିୟମରେ ମଧ୍ୟ ସଂଶୋଧନ କରିଛି ।

ଜାଣନ୍ତୁ କେମିତି ବଦଳାଇବେ ଆପଣଙ୍କ ପାଖରେ ଥିବା ଚିରାଫଟା ନୋଟ୍ ଏବଂ ମିଳିବ କେତେ ଫେରସ୍ତ ।

୫୦, ୧୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ପାଇଁ :
ଗ୍ରାହକ ୫୦, ୧୦୦ ଏବଂ ୫୦୦ଟଙ୍କିଆ ପୁରୁଣା ଚିରାଫଟା ନୋଟ୍ ର ସଂପୂର୍ଣ୍ଣ ଫେରସ୍ତ (ସମାନ ମୂଲ୍ୟର) ପାଇ ପାରିବେ । ଯଦି ନୋଟ୍ ଦୁଇ ଭାଗ ହୋଇଥିବ ଯେଉଁଥିରୁ ଏକ ଭାଗ ପୁରା ନୋଟ୍ ର ୪୦ପ୍ରତିଶତ ଅଥବା ତାଠାରୁ ଅଧିକ ହେଉଥିବ । ସେହି ସ୍ଥିତିରେ ସଂପୂର୍ଣ୍ଣ ମୂଲ୍ୟ ଫେରସ୍ତ ପାଇପାରିବେ ।

୨୦୦୦ଟଙ୍କିଆ ନୋଟ୍ ପାଇଁ :
୨୦୦୦ଟଙ୍କିଆ ପୁରୁଣା ଚିରା ଫଟା ନୋଟ୍ ର ସ୍ଥିତି ଆଧାରରେ ନିର୍ଣ୍ଣୟ ହେବ ହେବ କି ଆପଣଙ୍କୁ ଏହାର ସଂପୂର୍ଣ୍ଣ ଫେରସ୍ତ ମିଳିବ ଅଥବା କିଛି କମ୍ ମିଳିବ। ୨୦୦୦ ନୋଟ୍ ର ସଂପୂର୍ଣ୍ଣ ମୂଲ୍ୟ ପାଇବା ପାଇଁ ଗ୍ରାହକଙ୍କୁ ନୋଟ୍ ର ଆକାରର ୮୮ପ୍ରତିଶତ ଅଂଶ ଦେବାକୁ ପଡିବ । ୪୪ପ୍ରତିଶତ ଅଂଶ ଫେରାଇବା ପରେ ନୋଟ୍ ର ଅଧା ମୂଲ୍ୟ ମିଳିବ ।

   Related Posts