Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ସ୍ବପ୍ନିଳଙ୍କ ସ୍ବପ୍ନ ପୁରା, ନୂଆ ୨୦ ଟଙ୍କିଆ କଏନ୍‌ ଜାରି କଲା RBI: ଜାଣନ୍ତୁ କେମିତି ରହିବ ଡିଜାଇନ୍‌

2/12/2020 at 10:20 PM

ନୂଆଦିଲ୍ଲୀ ୦୨/୧୨: ‘ଏମିତି ଏକ ଦିନ ଆସିବ ମୋ ମୁଦ୍ରା ପୁରା ଦେଶରେ ପ୍ରଚଳିତ ହେବ’। ଏହା ଏକ ଫିଲ୍ମ ଡାଏଲଗ୍‌ ଲାଗୁଥିଲେ ବି ଏହାକୁ ସତ କରି ଦେଖାଇଛନ୍ତି ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାର ସ୍ବପ୍ନିଳ। ଏବେ ତାଙ୍କ ଦ୍ବାରା ଡିଜାଇନ୍‌ କରାଯାଇଥିବା କଏନ୍‌ ପୁରା ଭାରତରେ ପ୍ରଚଳିତ ହେବାକୁ ଯାଉଛି। ଭାରତୀୟ ବଜାରରେ ଉପଲବ୍ଧ ହେବାକୁ ଯାଉଥିବା ୨୦ ଟଙ୍କିଆ କଏନ୍‌ର ଡିଜାଇନ୍‌ ସ୍ବପ୍ନିଳ କରିଛନ୍ତି। ତେବେ ଏହି ମୁଦ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଞ୍ଚ କରିସାରିଛନ୍ତି।

ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ନୂଆ ୨୦ ଟଙ୍କିଆ କଏନ୍‌ ଜାରି କରିଛି। ଏହାର ଡିଜାଇନ୍‌ ଛତିଶଗଡ଼ର ସ୍ବପ୍ନିଳ ସୋନି କରିଛନ୍ତି। ଗତବର୍ଷ ୨୦ ଟଙ୍କିଆ କଏନ୍‌ର ଡିଜାଇନ୍‌ ପାଇଁ ଆବେଦନ ମାଗିଥିଲା ଆରବିଆଇ। ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନିଂ(ଏନଆଇଡି)ରେ ଛାତ୍ର ରହିଥିବା ସ୍ବପ୍ନିଳଙ୍କ ଡିଜାଇନ୍‌କୁ ଆରବିଆଇ ଚୟନ କରିଥିଲା।

ଅନ୍ୟ ମୁଦ୍ରାଠାରୁ ୨୦ ଟଙ୍କିଆ କଏନ୍‌ର ଡିଜାଇନ୍‌ ବିଲକୁଲ ଅଲଗା ବୋଲି ସ୍ବପ୍ନିଳ କହିଛନ୍ତି। ଏଥିରେ କୃଷି ପ୍ରଧାନ ଭାରତର ଝଲକ ଦେଖିବାକୁ ମିଳିବ। ମୁଦ୍ରାରେ ୧୨ଟି କୋଣ ରହିଛି। ମୁଦ୍ରାର ମଝିରେ କପର ଓ ନିକେଲ୍‌ ବ୍ୟବହାର କରାଯାଇଛି। ଦୃଷ୍ଟିହୀନ ବ୍ୟକ୍ତି ମଧ୍ୟ ଏହାକୁ ଅତି ସହଜରେ ଚିହ୍ନି ପାରିବେ। ମୁଦ୍ରାର ଅନ୍ୟ ପାର୍ଶ୍ବରେ ଅଶୋକ ସ୍ତମ୍ବ ଥିବା ବେଳେ ତଳେ ସତ୍ୟମେବ ଜୟତେ ଲେଖା ଅଛି। ଅଶୋକ ସ୍ତମ୍ବ ଡାହାଣ ପାର୍ଶ୍ବରେ ଭାରତ ଓ ବାମ ପାର୍ଶ୍ବରେ ଇଣ୍ଡିଆ ଲେଖା ଅଛି। ମୁଦ୍ରାର ପଛ ପାର୍ଶ୍ବରେ ହିନ୍ଦୀ ଓ ଇଂରାଜୀରେ ୨୦ ଲେଖା ଅଛି।

ସ୍ବପ୍ନିଳଙ୍କ ସ୍ବପ୍ନ ପୁରା ହେବା ପରେ ସେ ବହୁତ ଖୁସି ଅଛନ୍ତି। ସ୍ବପ୍ନିଳଙ୍କୁ ଏଥି ପାଇଁ ଲକ୍ଷେ ଟଙ୍କା ପୁରସ୍କାର ମିଳିଛି। ଅବକାରୀ ବିଭାଗର ଗାଡ଼ି ଚାଳକ ବିରେନ୍ଦ୍ର ସୋନିଙ୍କ ପୁଅ ହେଉଛନ୍ତି ସ୍ବପ୍ନିଳ। ପିଲା ବେଳୁ ସ୍ବପ୍ନିଳ ଡିଜାଇନିଂରେ ରୁଚି ରଖିଥିଲେ। ଏଭଳି ଏକ ସଫଳତା ପାଇବା ପରେ ସ୍ବପ୍ନିଳ ଓ ତାଙ୍କ ପରିବାର ଖୁସି ଅଛନ୍ତି ।

   Related Posts