ଏବେ ବ୍ୟାଙ୍କମାନଙ୍କରେ ନିଯୁକ୍ତ ହେବେ ଚିଫ୍ କମ୍ପ୍ଲିୟାନ୍ସ ଅଫିସର, ଜାରି ହେଲା RBIଙ୍କ ଗାଇଡଲାଇନ୍

Published By : Prameya-News7 Bureau | September 11, 2020 IST

ମୁମ୍ବାଇ ୧୧।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କ ମାନଙ୍କରେ ଚିଫ୍ କମ୍ପ୍ଲିୟାନ୍ସ ଅଫିସର (ସିସିଓ) ନିଯୁକ୍ତି ନେଇ ଶୁକ୍ରବାର ଗାଇଡ ଲାଇନ୍‌ ଜାରି କରିଛନ୍ତି। ବ୍ୟାଙ୍କିଙ୍ଗ ଇଣ୍ଡଷ୍ଟ୍ରିରେ ଅନୁପାଳନ ଓ ରିସ୍କ ମ୍ୟାନେଜମେଣ୍ଟ କଲଚରର ୟୁନିଫର୍ମିଟି ଲାଗି ଆରବିଆଇ ଏହି ପଦବୀ ସୃଷ୍ଟି କରିଛନ୍ତି।  ଏଥିରେ ସିସିଓମାନେ ମହାପ୍ରବନ୍ଧକ ସମତୁଲ ପଦବୀରେ ଅନୁନ୍ୟ ୩ ବର୍ଷ କାମ କରିବେ। ତେବେ ଏହି ପଦବୀ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଏ)ଙ୍କ ୨ ସ୍ତରରୁ ବି ଯେପରି କମ୍ ନହୁଏ।

ଆରବିଆଇଙ୍କ ଗାଇଡଲାଇନ୍‌ ଅନୁସାରେ ସମସ୍ତ ବ୍ୟଙ୍କ ସ୍ୱତନ୍ତ୍ର ଅନୁପାଳନ ପ୍ରକ୍ରିୟା ସିସିଓ ମାଧ୍ୟମରେ ପୁରଣ କରାଯିବ। ତେବେ ଏପର୍ଯ୍ୟନ୍ତ ବ୍ୟାଙ୍କମାନେ ଏହାକୁ ନିଜ ହିସାବରେ ପାଳନ କରୁଥିଲେ। ତେବେ ବ୍ୟାଙ୍କମାନଙ୍କରେ ସିସିଓ ନିଯୁକ୍ତି ପରେ ଏଥିରେ ସମାନତା ଆସିପାରିବ ବୋଲି କୁହାଯାଇଛି। ତେବେ ସିସିଓ ସେହି ବ୍ୟକ୍ତି ନିଯୁକ୍ତ ହୋଇପାରିବେ ଯିଏ ବ୍ୟାଙ୍କର ବରିଷ୍ଠ ଏକଜ୍ୟୁକୁଟିଭ ଭାବେ କାର୍ଯ୍ୟ କରୁଥିବେ। ଜେନେରାଲ ମ୍ୟାନେଜରଙ୍କ ତତୁଲ୍ୟ ପଦବୀରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ସିସିଓ ନିଯୁକ୍ତି କରାଯାଇପାରେ ବୋଲି ଆରବିଆଇ ମାର୍ଗଦର୍ଶନରେ ସୂଚୀତ କରିଛନ୍ତି।

ଗାଇଡଲାଇନ ଅନୁସାରେ ସିସିଓଙ୍କ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ତାଙ୍କର ବଦଳି ହୋଇ ପାରିବ ଅଥବା ତାଙ୍କୁ ହଟାଯାଇ ପାରିବ। ତେବେ ଅନ୍ତରିଣ ମୂଲ୍ୟାୟନ ଉପାୟରେ ଆବଶ୍ୟକ ସ୍ଥଳେ ବ୍ୟାଙ୍କ ବୋର୍ଡଙ୍କ ମଞ୍ଜୁରି ନିଆଯାଇପାରିବ। ସେହିପରି ସିସିଓମାନେ ଏପରି କୌଣସି ଦାୟିତ୍ୱରେ ରହିବେ ନାହିଁ ଯେଉଁଥିରେ ବ୍ୟାଙ୍କର ସ୍ୱାର୍ଥ ପ୍ରଭାବିତ ହେଉଥିବ। ବିଶେଷ କରି କାରବାର ସମ୍ପର୍କିତ କୌଣସି ଭୂମିକା ଯେପରି ସେମାନଙ୍କୁ ଦିଆ ନ ଯାଏ। ସେହିପରି ସିସିଓମାନେ ଏପରି କୌଣସି କମିଟିର ସଦସ୍ୟ ରହିବେ ନାହିଁ ଯେଉଁଥିରେ କମିଟି ସଦସ୍ୟ ଓ ସିସିଓଙ୍କ ପଦବୀକୁ ନେଇ ବିବାଦୀ ପରିସ୍ଥିତି ଉପୁଜିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.