ଆଜି RBI ଗଭର୍ଣ୍ଣରଙ୍କ ପ୍ରେସ୍‌ମିଟ୍‌, ହୋଇପାରେ କିଛି ବଡ ଘୋଷଣା

Published By : Prameya-News7 Bureau | May 22, 2020 IST

ନୂଆଦିଲ୍ଲୀ ୨୨।୦୫:  ସାରାଦେଶରେ କରୋନା ଜନିତ ଲକ୍‌ଡାଉନ୍‌ ଜାରି କରାଯାଇଛି । ଦେଶରେ ଲକ୍‌ଡାଉନ୍‌ର ୪.୦ ଜାରି ରହିଛି । କିନ୍ତୁ ଏହି ଲକ୍‌ଡାଉନ୍‌ ପାଇଁ ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ଦିନ ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଥିଲା । ସେହିପରି ଆଜି  ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣରଙ୍କ ପ୍ରେସ୍‌ମିଟ୍‌ । ଆଜି ଦିନ ୧୦ଟାରେ ଏହି ପ୍ରେସ୍‌ମିଟ୍ କରିବେ ବୋଲି ଜଣାପଡିଛି ।  

wp:html /wp:html

ଦେଶରେ କରୋନା ସଙ୍କଟକୁ ନଜର ରଖି କେନ୍ଦ୍ର କିଛି ଦିନ ତଳେ ୨୧ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଥିଲେ । ପରେ କେନ୍ଦ୍ରଅର୍ଥ ମନ୍ତ୍ରୀ ନର୍ମଳା ସୀତାରମଣ ଏହି ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ର ସବିଶେଷ ତଥ୍ୟ ଦେଶବାସୀଙ୍କ ଆଗରେ ରଖିଥିଲେ । ଏବେ ଏହି ପ୍ୟାକେଜ୍‌କୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦେଶବାସୀଙ୍କ ସମ୍ମୁଖକୁ ଆସିବେ । ଆଜି ଦିନ ୧୦ଟାରେ ପ୍ରେସ୍‌ମିଟ୍‌ ଜରିଆରେ ତଥ୍ୟ ରଖିବେ ।

ପ୍ରଧାନମନ୍ତ୍ରୀ ମୋଦି ମେ ୧୨ରେ ଦେଶବାସୀଙ୍କୁ ସମ୍ଭୋଧନ କରିଥିଲେ । ଏବଂ ଏହି ସମ୍ବୋଧନ ଅବସରରେ ସେ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ବିଷୟରେ ଘୋଷଣା କରିଥିଲେ । ଦେଶରେ କରୋନା ଭାଇରସ ପାଇଁ ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଏହା ପ୍ୟାକେଜ୍‌ ଘୋଷଣା କରାଯାଇଥିଲା । ଏହା ପରେ ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ ଲଗାତର ପାଞ୍ଚ ଦିନ ପର୍ଯ୍ୟନ୍ତ  ପ୍ରତିଦିନ ପ୍ରେସ୍‌ମିଟ୍‌ ଜରିଆରେ ଭିନ୍ନ ଭିନ୍ନ ସେକ୍ଟର ପାଇଁ କେତେ ଟଙ୍କା ଘୋଷଣା କରାଯାଇଛି । ସେ ବିଷୟରେ ଦେଶବାସୀଙ୍କ ଆଗରେ ତଥ୍ୟ ରଖିଥିଲେ । ଯେଉଁଥିରେ ଏମ୍‌ଏସ୍‌ଏମ୍‌ଇ ପାଇଁ ୩ଲକ୍ଷ କୋଟି ଟଙ୍କା ରଖାଯାଇଥିବାର ପ୍ରସ୍ତାବ ରହିଛି । କରୋନା ଜନିତ ଲକ୍‌ଡାଉନ୍‌ ପାଇଁ ଏମ୍‌ଏସ୍‌ଏମ୍‌ଇ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଯେଉଁଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.