Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଏବେ ବିନା ଇଣ୍ଟରନେଟ୍‌ରେ ମଧ୍ୟ ମୋବାଇଲରୁ ହୋଇପାରିବ ଡିଜିଟାଲ ପେମେଣ୍ଟ, ସମାଧାନ ଆଣିଲେ RBI

8/10/2021 at 4:40 PM

ମୁମ୍ବାଇ ୮।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ସାରା ଦେଶରେ ଅଫଲାଇନ ମୋଡରେ ଖୁଚୁରା ଦେୟ ପୈଠ ଲାଗି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏମିତିରେ ଏହାକୁ ଆମେ ‘ସୁବିଧା’ର ପ୍ରରମ୍ଭ ବୋଲି କହିପାରିବା। ଯେଉଁଠି ଇଣ୍ଟରନେଟ୍‌ କନେକ୍ଟିଭିଟି କମ୍‌ ଅଥବା ସମ୍ପୂର୍ଣ୍ଣ ନାହିଁ ସେଠାରେ ଅଫଲାଇନ୍‌ ପେମେଣ୍ଟ କରିହେବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

ଶୁକ୍ରବାର ଆରବିଆଇ ମୁଦ୍ରାନୀତି ସମୀକ୍ଷା କରିଥିଲେ। ମୌଦ୍ରିକ ନୀତି ସମୀକ୍ଷା ପରେ ଦାସ ଅଫଲାଇନ ମୋଡରେ ଡିଜିଟାଲ ପେମେଣ୍ଟ ସୁବିଧା ପ୍ରଦାନ ନିମନ୍ତେ ଏହି ଟେକ୍ନଲଜିର ପାଇଲଟ ପ୍ରକଳ୍ପ ସଫଳ ହୋଇଥିବା ଗଣମାଧ୍ୟମକୁ ସୂଚିତ କରିଛନ୍ତି। ଏହି ବ୍ୟବସ୍ଥା ପ୍ରଚଳିତ ହେଲେ ଦୁର୍ଗମ ଅଞ୍ଚଳରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ପ୍ରଚଳନ କରିହେବ ବୋଲି ସେ କହିଛନ୍ତି। ୬ ଅଗଷ୍ଟ ୨୦୨୦ରେ ଏହି ଜ୍ଞାନକୌଶଳ ନେଇ ଆଲୋଚନା ହୋଇଥିଲା। ନିୟାମକ ନିତିଗୁଡିକ ଉପରେ ଆରବିଆଇ ଏପରି କୌଣସି ଟେକ୍‌ନିକ୍‌ ବିକାଶ ନିମନ୍ତେ ପ୍ରାଥମିକତା ଦେଇଥିଲେ।

ସେପ୍ଟେମ୍ବର ୨୦୨୦ରୁ ଜୁନ ୨୦୨୧ ମଧ୍ୟରେ ଏ ସମ୍ପର୍କିତ ୩ଟି ପାଇଲଟ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏହି ପ୍ରକଳ୍ପଗୁଡିକ ଜରିଆରେ ୧.୧୬କୋଟି ଟଙ୍କାର ୨.୪୧ ଲକ୍ଷ ଖୁଚୁରା ନେଣଦେଣ ହେଇଥିବା ଆରବିଆଇ ଗଭର୍ଣ୍ଣର କହିଛନ୍ତି। ଏହି ପ୍ରକଳ୍ପଗୁଡିକରୁ ଯେଉଁ ପ୍ରତିକ୍ରିୟା ଆସିଛି ତାହା ବାସ୍ତବିକ ଉତ୍ସାହଜନକ ବୋଲି ସେ କହିଛନ୍ତି। ଆରବିଆଇ ଏବେ ସମଗ୍ର ଦେଶରେ ଅଫଲାଇନ ଖୁଚୁରା ଡଜିଟାଲ ପୈଠ ଲାଗି ରୂପରେଖ ପ୍ରସ୍ତୁତି ନିମନ୍ତେ ପଦକ୍ଷେପ ନେଇଛନ୍ତି। ଏ ନେଇ ଖୁବଶୀଘ୍ର ଆରବିଆଇଙ୍କ ଗାଇଡଲାଇନ ଜାରି ହେବ ବୋଲି ଦାସ କହିଛନ୍ତି।

   Related Posts