ତେଲ ଦର କମାଇବାର ସୂତ୍ର ବତାଇଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର, ଦେଲେ ଟିକସ କାଟ୍‌ର ଫର୍ମୁଲା

Published By : Prameya-News7 Bureau | February 23, 2021 IST

ନୂଆଦିଲ୍ଲୀ,୨୩/୦୨:   ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ୍ ହୁହୁ ହୋଇ ବଢିବାରେ ଲାଗିଛି । ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ତୈଳ ଦର ବୃଦ୍ଧିର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ପଡୁଛି । ପେଟ୍ରୋଲ ଦର ୧୦୦ ଛୁଇଁଥିବା ବେଳେ ଡିଜେଲ ମଧ୍ୟ ୯୦ ଟଙ୍କା ଉପରେ ରହିଛି । ଏହାମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତୈଳ ଉପରୁ ଟିକସ୍ ହ୍ରାସ କରି ଦର ନିୟନ୍ତଣ ପାଇଁ ପ୍ରୟାସ ଦେଇଛନ୍ତି ।

ଶକ୍ତିକାନ୍ତ ଦାସ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ଇନଡାଇରେକ୍ଟ ବା ପରୋକ୍ଷ ଟିକସ୍ ହ୍ରାସ କରନ୍ତୁ । ଟିକସକୁ ଧିରେ ଧିରେ ହ୍ରାସ କରିବା ଆବଶ୍ୟକ । ଏପରି ହେଲେ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପଡିବ ନାହିଁ ।

ନିକଟରେ ମୁଦ୍ରା ନୀତି ସମୀକ୍ଷା ବୈଠକରେ କୁହାଯାଇଥିଲା ଯେ, ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଓ ପେଟ୍ରୋଲ ଡିଜେଲ ଦାମ୍ ବୃଦ୍ଧି ପାଇଁ ଅନ୍ୟ ସାମଗ୍ରୀର ଦାମ୍ ବଢିଛି । ସ୍ୱାସ୍ଥ୍ୟ ଓ ପରିବହନ ସେବା ଉପରେ ମଧ୍ୟ ପ୍ରଭାବ ପଡିଛି ।

ସୂଚନାଯୋଗ୍ୟ, ମଙ୍ଗଳବାର ପୁଣି ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇଛି । ନୂଆଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇ ୯୦.୯୩ ଟଙ୍କା ହୋଇଥିବା ବେଳେ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଏହାସହ ଅନେକ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.