ମୁମ୍ବାଇ ୧୪।୦୮: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ଆୟ କେମିତି ହୋଇଥାଏ ? ଏହା କଣ ପାଇଁ କେନ୍ଦ୍ର ସରକାରଙ୍କୁ ଡେଭିଡେଣ୍ଟ ଭାବେ ଅର୍ଥ ଦେଇଥାଏ ? ଏହି ପ୍ରଶ୍ନ ଆର୍ଥିକ ଗତିବିଧି ଉପରେ ରୁଚି ରଖୁଥିବା ଲୋକଙ୍କ ମନରେ ନିଶ୍ଚୟ ଆସୁଥିବ। ଆରବିଆଇର ମୁଖ୍ୟ ଆୟର ଉତ୍ସ ହେଉଛି ସରକାରୀ ବଣ୍ଡ, ସୁନା ଉପରେ ହେଉଥିବା ନିବେଶ ଓ ବିଦେଶୀ ବଜାରରେ ଫୋରେକ୍ସ ଓ ବଣ୍ଡ କାରବାର ଉପରେ ପର୍ଯ୍ୟବେସିତ। ଏହା ଜରିଆରେ ଆରବିଆଇ ମୋଟା ଅଙ୍କର ଅର୍ଥ ଆୟ କରିଥାଏ। ଆରବିଆଇ ନିଜର ଆବଶ୍ୟକତା ପୂରା କରିବା ପରେ ଯେଉଁ ଅର୍ଥ ବଳକା ରହିଥାଏ ତାହା ସରକାରଙ୍କୁ ଟ୍ରାନ୍ସଫର କରାଯାଏ। ଆସନ୍ତୁ ଜାଣିବା ଏହି ସମ୍ବନ୍ଧିତ ଖବର…
ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଆରବିଆଇ ସରକାରକୁ ୮୯, ୬୪୮ କୋଟି ଟଙ୍କା ଡେଭିଡେଣ୍ଟ ଭାବେ ଦେଇପାରେ। ଆରବିଆଇର ସ୍ଥାପନା ୧୯୩୫ ମସିହାରେ ହୋଇଥିଲା। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆକ୍ଟ ୧୯୩୪ର ଚାପ୍ଟର ୪ ସେକ୍ସନର ୪୭ ଅନୁଯାୟୀ ଆରବିଆଇର ନିଜର କାର୍ଯ୍ୟପ୍ରଣାଳୀ ଜରିଆରେ ବଳକା ଫଣ୍ଡକୁ ସରକାରକୁ ଦେଇଥାଏ।
କଣ ହୋଇଥାଏ ଡେଭିଡେଣ୍ଟ
କିଛି କମ୍ପାନୀରେ ହେଉଥିବା ଲାଭରେ ସମୟ ସମୟରେ ସେୟାରଧାରୀ କିଛି ଅଂଶ ଆରବିଆଇକୁ ଦେଇଥାନ୍ତି। ମୁନାଫାର ଏହି ଅଂଶକୁ ଅଂଶଧାରୀକୁ ଡେଭିଡେଣ୍ଟ ଭାବେ ପ୍ରଦାନ କରିଥାଏ। ଏହି ପରି ଆରବିଆଇ ନିଜ ଲାଭର କିଛି ଅଂଶ ସରକାରକୁ ପ୍ରଦାନ କରିଥାଏ।
ଆରବିଆଇ ପାଖରେ କେତେ ଟଙ୍କା ରହିଛି
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପାଖରେ ୪ ପ୍ରକାରର ଅକାଉଣ୍ଟ ରହିଛି। ଆବିଆଇ ୨୦୧୭-୧୮ର ତଥ୍ୟ ଅନୁଯାୟୀ କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ପାଖାପାଖି ୯ ଲକ୍ଷ ୬୦ ହଜାର କୋଟି ଟଙ୍କା ସଂରକ୍ଷିତ ରହିଛି। ଏହା ଚାରୋଟି ଖାତାରେ ରହିଛି।
୧ – କରେନ୍ସି ଆଣ୍ଡ ଗୋଲ୍ଡ ରିଜର୍ଭ: ଆରବିଆଇ ପାଖରେ ୬.୯୫ ଲକ୍ଷ କୋଟି ଟଙ୍କାର ମୁଦ୍ରା ଓ ସୁନା ମହଜୁଦ ହୋଇ ରହିଛି।
୨ – ଆସେଟ ଡେଭଲପମେଣ୍ଡ ଫଣ୍ଡ: ଏହି ଖାତାରେ ଆରବିଆଇ ପାଖରେ ୨୨,୮୧୧ ଟଙ୍କା ରହିଛି।
୩ – ନିବେଶ ଖାତା: ଏହି ଆକାଉଣ୍ଟରେ ୧୩, ୨୮୫ କୋଟି ଟଙ୍କା ରହିଛି।
୪ – କଣ୍ଟିଜେନ୍ସି ଫଣ୍ଡ : ଏହି ଖାତାକୁ ଜରୁରୀକାଳୀନ ନିଧି ଆକାଉଣ୍ଟ କୁହାଯାଏ। ଏହା ସବୁଠୁ ଗୁରୁତ୍ଵପୂର୍ଣ୍ଣ ଆକାଉଣ୍ଟ। ସବୁ ବାଦ ବିବାଦ ଏହି ଫଣ୍ଡକୁ ନେଇ ହୋଇଛି। ରିଜର୍ଭ ବ୍ୟାଙ୍କ ନିଜ କାମରୁ ଯାହା କିଛି ଲାଭ ଅର୍ଜିତ କରିଥାଏ ତାହା କଣ୍ଟିଜେନ୍ସି ଫଣ୍ଡରେ ଜମା ହୋଇଥାଏ। ଆରବିଆଇ ଆୟର ଅନ୍ୟ ଅଂଶ ସରକାରକୁ ଲାଭାଂଶ ଅର୍ଥାତ ଡେଭିଡେଣ୍ଟ ଭାବେ ଦିଆଯାଏ। କରେନ୍ସି ଆଣ୍ଡ ଗୋଲ୍ଡ ରିଜର୍ଭ ପରେ ଏହି ଖାତାରେ ସବୁଠୁ ଅଧିକ ଅର୍ଥ ଜମା ହୁଏ। ବର୍ତ୍ତମାନ ଆରବିଆଇ ଖାତାରେ ପ୍ରାୟ ୨.୩୨ ଲକ୍ଷ କୋଟି ଟଙ୍କା ରହିଛି। ଅର୍ଥାତ ଏସବୁକୁ ମିଶାଇ ଆରବିଆଇ ପାଖରେ ପାଖାପାଖି ୧୦ ଲକ୍ଷ କୋଟି ଟଙ୍କା ରହିଛି।