ପେଟିଏମ ପେମେଣ୍ଟ ବ୍ୟାଙ୍କକୁ RBIଙ୍କ ଜରିମନା ନିର୍ଦ୍ଦେଶ, ଜାଣନ୍ତୁ ଫାଇନ ଲାଗିଛି କେତେ?

Published By : Prameya-News7 Bureau | October 21, 2021 IST

ମୁମ୍ବାଇ ୨୧।୧୦:  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିୟମ ଉଲ୍ଲଂଘନ ଲାଗି ପେଟିଏମ ପେମେଣ୍ଟ ବ୍ୟାଙ୍କ( ପିପିବିଏଲ)କୁ ଜରିମନା ନିର୍ଦ୍ଦେଶ ଦେଇଛନ୍ତି। ଆରବିଆଇଙ୍କ ପେମେଣ୍ଟ ଏଣ୍ଡ ସେଟେଲମେଣ୍ଟ ସିଷ୍ଟମ ଆକ୍ଟ ୨୬(୨)ର ଉଲ୍ଲଂଘନ ଲାଗି ପିପିବିଏଲକୁ ୧ କୋଟି ଟଙ୍କା ଜରିମନା ନିର୍ଦ୍ଦେଶ ଦିଆଯାଇଛି। ମାମଲାରେ ଆରବିଆଇ ଏକ ବୟାନ ମଧ୍ୟ ଜାରି କରିଛନ୍ତି। ଏଥିରେ ଚୂଡ଼ାନ୍ତ ପ୍ରାଧିକରଣ ସାର୍ଟିଫିକେଟ୍ ପ୍ରଦାନ ନିମନ୍ତେ ପିପିବିଏଲଙ୍କ ଆବେଦନ ଯାଞ୍ଚ କରିବା ବେଳେ ପ୍ରଦତ ତଥ୍ୟ ବାସ୍ତବିକତାକୁ ଦର୍ଶାଉ ନଥିବା ଜଣାପଡିଥିଲା। 

{"id":530688,"width":839,"height":472,"sizeSlug":"full","linkDestination":"none"}

ପିପିବିଏଲଙ୍କ ତଥ୍ୟ ପେମେଣ୍ଟ ଏଣ୍ଡ ସେଟେଲମେଣ୍ଟ ସିଷ୍ଟମ ଆକ୍ଟ ଧାରା ୨୬(୨) ସ୍ପଷ୍ଟ ଉଲ୍ଲଂଘନ ବୋଲି ବୁଝା ଯାଇଥିବା। ଏଣୁ ଆରବିଆଇ ନୋଟିସ୍ ଜାରି କରିଥିଲେ। ବ୍ୟକ୍ତିଗତ ଶୁଣାଣିରେ ଗ୍ରହଣ କରାଯାଇଥିବା ଲିଖିତ ଉତ୍ତର ଓ ମୌଖିକ ସୂଚନା ସମୀକ୍ଷା ପରେ ଆରବିଆଇଙ୍କ ଅଭିଯୋଗ ସତ୍ୟାପିତ ହୋଇଛି। ଏଣୁ ପିପିବିଏଲ ଉପରେ ୧ କୋଟି ଟଙ୍କା ଜରିମନା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆରବିଆଇ ଅନ୍ୟଏକ ମାମଲାରେ ୱେଷ୍ଟର୍ଣ୍ଣ ୟୁନିୟନ ଆର୍ଥିକ ସେବା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରିଛନ୍ତି।

{"id":530686,"sizeSlug":"large","linkDestination":"none"}

ଏହି ଆର୍ଥିକ ସେବା ବିରୋଧରେ ୨୭.୮ ଲକ୍ଷ ଟଙ୍କା ଜରିମନା କରାଯାଇଛି। ମନି ଟ୍ରାନ୍ସଫର ସ୍କିମ୍ (ଏମଟିଏସଏସ୍)ରେ ୱେଷ୍ଟର୍ଣ୍ଣ ୟୁନିୟନ ନିୟମ ଉଲ୍ଲଂଘନ କରିଥିବାର ଆରବିଆଇଙ୍କ ନଜରକୁ ଆସିଥିଲା। କୌଣସି ଏକ ଆର୍ଥିକ ବର୍ଷରେ ୩୦ଟି ରିମିଟାନ୍ସ ନିମନ୍ତେ ଅନୁମତି ଲାଗି ୱେଷ୍ଟର୍ଣ୍ଣ ୟୁନିୟନ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ନିକଟ ଅତୀତରେ ଆରବିଆଇ ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ)ଙ୍କୁ ମଧ୍ୟ ଜରିମନା କରିଥିଲେ। ଆରବିଆଇଙ୍କ ନିୟାମକୀୟ ନିର୍ଦ୍ଦେଶ ପାଳନରେ ଅବହେଳା ଲାଗି ଏସବିଆଇଙ୍କ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ୧ କୋଟି ଟଙ୍କା ଜରିମନା କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.