କ୍ଷୁଦ୍ର ଚାଷୀ ଓ ଷ୍ଟାର୍ଟଅପ ଲାଗି ନିୟମ ବଦଳାଇଲେ RBI, ଆଶାଠୁ ଅଧିକ ମିଳିବ ଋଣ

Published By : Prameya-News7 Bureau | September 04, 2020 IST

ମୁମ୍ବାଇ ୦୪/୦୯: ଭାରତୀୟ ରିଜର୍ଭ ବ୍ୟାଙ୍କ  (ଆରବିଆଇ) ପ୍ରାୟରିଟି ସେକ୍ଟର ଲେଣ୍ଡିଂର ସ୍କୋପ୍ ବଢ଼ାଇ ଷ୍ଟାର୍ଟଅପସ୍ ସାମିଲ କରିଛନ୍ତି । ଏହା ଜରିଆରେ ଷ୍ଟାର୍ଟଅପ୍ସ ପାଇଁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଫାଣ୍ଠି ମିଳିପାରିବ। ଏବେ କୃଷକଙ୍କୁ ସୋଲାର ପ୍ଲାଣ୍ଟ ଓ କମ୍ପ୍ରେସ୍‌ଡ୍ ବାୟୋଗ୍ୟାସ୍ ପ୍ଲାଣ୍ଡ ପାଇଁ ପ୍ରାୟରିଟି ସେକ୍ଟର ଲେଣ୍ଡିଂ ଜରିଆରେ ଋଣ ମିଳିପାରିବ। ପ୍ରାୟରିଟି ସେକ୍ଟର ଲେଣ୍ଡିଂ ଗାଇଡଲାଇନ୍‌ସର ବ୍ୟାପକ ସମୀକ୍ଷା କରିବା ପରେ ରାଷ୍ଟ୍ରୀୟ ସ୍ୱାର୍ଥକୁ ନଜରରେ ରଖି ଏଥିରେ ପରିବର୍ତ୍ତନ କରାଯାଇଛି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

ସମସ୍ତ ପୁଞ୍ଜି ନିବେଶକଙ୍କ ସହ ଆଲୋଚନା ପରେ ସାମୂହିକ ବିକାଶକୁ ଫୋକସରେ ରଖାଯାଇଥିବା ଜଣାପଡ଼ିଛି। ପ୍ରାୟରିଟି ସେକ୍ଟର ଲେଣ୍ଡିଂ(ପିଏସଏଲ) ଗାଇଡଲାଇନ୍‌ସରେ ପରିବର୍ତ୍ତନ କରିବା ଦ୍ବାରା ଛୋଟ ସହରର ଗରିବ ଚାଷୀ ମଧ୍ୟ ଋଣରୁ ଲାଭ ପାଇପାରିବେ। ଏହା ନବୀକରଣ ଉର୍ଜ୍ଜା ଓ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

ପିଏସଏଲ ଜରିଆରେ ଷ୍ଟାଟଅପ୍ସ ପାଇଁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ମିଳିପାରିବ। କୃଷକମାନଙ୍କ ପାଇଁ  ସୋଲାର ପ୍ଲାଣ୍ଟ ନିମନ୍ତେ ଏଥିରେ ଲୋନର ବ୍ୟବସ୍ଥା କରାଯାଇଛି। ସୋଲାର ପାଓ୍ବାର ପ୍ଲାଣ୍ଟ ଜରିଆରେ ଗ୍ରେଡ କନେକ୍ଟେଡ୍ ପମ୍ପ୍ସ ଓ ବାୟୋ ଗ୍ୟାସ୍ ସେଟଅପ୍ ପାଇଁ କୃଷକଙ୍କୁ ଫଣ୍ଡ ମିଳିପାରିବ। ରିଭାଇଜ୍ଡ୍ ପ୍ରାୟରିଟି ସେକ୍ଟର କ୍ରେଡିଟ୍ ଦ୍ବାରା କ୍ଷେତ୍ରୀୟ ଅସମାନତାର ଅନ୍ତ ଘଟିବ ବୋଲି ଆରବିଆଇ ପକ୍ଷରୁ ଦୃଢ ଭାବେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.