ଆରବିଆଇ ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଲେ ବିରଳ ଆଚାର୍ଯ୍ୟ
24/06/2019 at 12:41 PM

ନୂଆଦିଲ୍ଲୀ ୨୪|୬: ଆରବିଆଇକୁ ଝଟକା । ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି ବିରଳ ଆଚାର୍ଯ୍ୟ । କାର୍ଯ୍ୟକାଳ ଶେଷ ହେବାର ପାଖାପାଖି ୬ ମାସ ପୂର୍ବରୁ ହିଁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନା ଅନୁସାରେ ବିରଳ ଆଚାର୍ଯ୍ୟ ଏବେ ନ୍ୟୁୟର୍କ ୟୁନିଭର୍ସିଟିର ସେଟର୍ନ ସ୍କୁଲ ଅଫ ବିଜନେସରେ ପ୍ରଫେସର ଭାବେ ଯୋଗ ଦେଇ ପାରନ୍ତି ।
ବିରଳ ଆଚାର୍ଯ୍ୟ ତିନି ବର୍ଷ ପାଇଁ ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ୨୩ ଜାନୁଆରୀ ୨୦୧୭ରେ ନିଯୁକ୍ତ ହୋଇଥିଲେ । ସେ ଗତ ୩୦ ମାସ ଧରି କେନ୍ଦ୍ରୀୟ ବ୍ୟାଙ୍କ ତଥା ଆରବିଆଇ ପାଇଁ ନିଜ ପଦରେ ରହି ସୂଚାରୁ ରୂପେ କାର୍ଯ୍ୟଭାର ତୁଲାଉ ଥିଲେ ।
ଆରବିଆଇରେ ପାଖାପାଖି ୭ ମାସ ଭିତରେ ଏଭଳି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଛି । ଏହା ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ଡିସେମ୍ବରରେ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ ।